www.samajalive.in
Monday, December 8, 2025
24.1 C
Bhubaneswar

ବଧୂହତ୍ୟା ଅଭିଯୁକ୍ତ ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ କାରାଦଣ୍ଡ

ଆଠଗଡ: ଏକ ବଧୂହତ୍ଯା ମାମଲାର ବିଚାର କରି ଆଠଗଡ ଅତିରିକ୍ତ ଜିଲା ଓ ଦୌରାଜଜ ରାଜକୁମାର ଦାସ ଅଭିଯୁକ୍ତ ସ୍ବାମୀ ସମେତ ଶାଶୁ ଓ ଶ୍ବଶୁରଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରି ଶୁକ୍ରବାର ତାଙ୍କ ରାୟ ପ୍ରକାଶ କରିଛନ୍ତି ।
ଘଟଣାର ବିବରଣୀ ଅନୁଯାୟୀ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରମ୍ପେଇ ଗ୍ରାମର ସୁରେଶ ଥାଟୋଇଙ୍କ ଝିଅ ସଂଯୁକ୍ତାଙ୍କର ବଡମ୍ବା ଥାନା ଅଧିନ ଶଶାଙ୍ଗ ଗ୍ରାମର ଇନ୍ଦ୍ରମଣି ପାଣିଙ୍କ ପୁଅ ରାମଚନ୍ଦ୍ରଙ୍କ ସହିତ ବୈଦିକ ରୀତି ଅନୁସାରେ ବାହାଘର ହୋଇଥିଲା ।
ବାହାଘର ସମୟରେ ବର ପକ୍ଷର ଦାବି ମୁତାବକ କନ୍ୟା ଘର ସମସ୍ତ ଆସବାବପତ୍ର ଦେଇଥିଲେ । ତେବେ ଅଧିକ ଯୌତୁକ ଦାବି କରି ଅଭିଯୁକ୍ତ ସ୍ଵାମୀ ରାମଚନ୍ଦ୍ର, ଶାଶୁ ସୁଶୀଳା ଓ ଶ୍ବଶୁର ଇନ୍ଦ୍ରମଣି ବୋହୁ ସଂଯୁକ୍ତାଙ୍କୁ ବାହାଘରର ଦେଢ ବର୍ଷ ମଧ୍ଯରେ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ନିର୍ଯାତନା ଅସହ୍ୟ ହେବାରୁ ସଂଯୁକ୍ତାଙ୍କର ସଂଯୁକ୍ତାଙ୍କ ୨୦୧୫ ମସିହା ସେପ୍ଟେମ୍ବର ୧୧ ତାରିଖରେ ମୃତ୍ୟୁ ହୋଇଯାଇଥିଲା ।
ତେବେ ମୃତ୍ୟୁ ପୂର୍ବରୁ ସେହିଦିନ ଭୋର ୪.୩୦ ସମୟରେ ସ୍ୱାମୀ ଘର ପକ୍ଷରୁ ସଂଯୁକ୍ତାଙ୍କ ବାପଘରକୁ ଫୋନ ଯୋଗେ ଝିଅ ଦେହ ଖରାପ ଥିବା ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ଦିଆଯାଇଥିଲା । ବାପଘର ଲୋକ ପହଞ୍ଚିବା ବେଳକୁ ତାଙ୍କ ଝିଅର ମୃତ୍ୟୁ ହୋଇସାରିଥିଲା । ଏ ସମ୍ପର୍କରେ ସେହିଦିନ
(୧୧.୦୯.୨୦୧୫) ଝିଅର ବାପା ସୁରେଶ ବଡମ୍ବା ଥାନାରେ ଏକ ଏତଲା ଦେଇଥିଲେ ।
ପୁଲିସ ତଦନ୍ତ କରି ଅଦାଲତରେ ଦାଖଲ କରିଥିବା ଅଭିଯୋଗ ଫର୍ଦ୍ଦ ଓ ସମସ୍ତ ସାକ୍ଷ ପ୍ରମାଣ ଆଧରରେ ଏବଂ ଅତିରିକ୍ତ ପିପି ଶରତ କୁମାର ଦାଶଙ୍କ ବଳିଷ୍ଠ ଯୁକ୍ତିକୁ ଗ୍ରହଣ କରି ଏଡିଜେ ଶ୍ରୀ ଦାସ ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଶୁକ୍ରବାର ପ୍ରକାଶିତ ରାୟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସମସ୍ତ ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଓ ଅନ୍ଯ ଦଫାରେ ୫ହଜାର ଟଙ୍କା ଜୋରିମନା ଦଣ୍ଡବିଧାନ କରିଥିବା ଜଣାପଡିଛି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋଜେକ୍ଟର ଶରତ କୁମାର ଦାଶ ମାମଲାଟିକୁ ପରିଚାଳନା କରୁଥିଲେ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories