ଇନ୍ଦିରାଛକ ନିକଟରେ ସିରିଜ ଦୁର୍ଘଟଣା, ବାଇକ ଆରୋହୀକୁ ବଞ୍ଚାଇବାକୁ ଯାଇ ବସ-କାର ମୁହାଁ ମୁହିଁ ଧକ୍କା
ଅମର୍ଦ୍ଦାରୋଡ଼: ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଇନ୍ଦିରା ଛକ ଅନତି ଦୂର କିଆପଣିସି ପୋଲ ନିକଟରେ ବାଇକ ଆରୋହୀକୁ ବଞ୍ଚାଇବାକୁ ଯାଇ ବସ-କାର ମୁହାଁ ମୁହିଁ ଧକ୍କା ହେବାରୁ ବାଇକ ଆରୋହୀ ସମେତ ପଛରେ ବସିଥିବା ମହିଳା ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନ ଚାରିଟା ସମୟରେ ରାଜପଥ ଉପରେ ଓଡ଼ି ୦୧ ଏଲ ୦୧୫୭ ନମ୍ବର ବିଶିଷ୍ଟ ଏକ ବାଇକ ଏବଂ ଏକ କାର(ଓଡ଼ି ୦୧ ଏୟୁ ୯୧୦୦) ଜଳେଶ୍ଵର ଆଡ଼କୁ ଯାଉଥିବା ସମୟରେ ହଠାତ୍ ରଙ୍ଗ ରୋଡରେ ଏକ ବାଇକ ଦୃତ ଗତିରେ ଆସୁଥିଲା। ତତସହିତ ଜଳେଶ୍ଵରରୁ ବାରିପଦା ଯାଉଥିବା ଓଭରଲୋଡ଼ିଂ ଯାତ୍ରୀବାହୀ ବସ୍ “ରିୟା” ମଧ୍ୟ ରଙ୍ଗରୋଡରେ ଆସିଯିବା ଯୋଗୁଁ କାର ଆଗରେ ଯାଉଥିବା ବାଇକ ଆରୋହୀ ଇତଃସ୍ତତ ହୋଇ ରାସ୍ତା କଡରେ ଥିବା ସୁରକ୍ଷା ବାଡ଼ା ଆଡ଼କୁ ମାଡ଼ି ଯାଇଥିଲେ।
ହେଲେ ଆଗରେ ବସ ଥିବା କାରଣରୁ ଯାଇପାରିନଥିଲେ। ଫଳରେ ବାଇକ ଆରୋହୀ ଉଭୟ କାର ଓ ବସ ମଝିରେ ରହି ଯାଇଥିଲେ। ଘଟଣାସ୍ଥଳରେ ବାଇକ ଚାଳକ ଆହତ ହୋଇଥିବା ବେଳେ ତାଙ୍କର ସ୍ତ୍ରୀ ଗୁରୁତର ହୋଇଛନ୍ତି। ତେବେ ଜାତୀୟ ରାଜପଥ କତୃପକ୍ଷ, ଅମର୍ଦ୍ଦାରୋଡ଼ ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁର ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତରକୁ ବସ୍ତା ମେଡିକାଲ ପଠାଇଥିବା ବେଳେ ତିନୋଟି ଗାଡ଼ିକୁ ଜବତ ପୁଲିସ ନିଜ ହେପାଜତକୁ ନେଇଛି। ତେବେ ଅମର୍ଦ୍ଦାରୋଡ଼ ଠାରେ ବାଇପାଶ ରାସ୍ତା ଥିଲେ ମଧ୍ୟ ବସ ଗୁଡିକ ଓଭରଲୋଡ ନେଇ ରଙ୍ଗ ରୋଡରେ ଆସିବା ଯୋଗୁଁ ଦୂର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ମାନେ ଆରୋପ ଆଣିଛନ୍ତି।
Comments are closed.