www.samajalive.in
Thursday, December 11, 2025
15.1 C
Bhubaneswar

୫୫ ଗୋଟି ହସ୍ତଶିଳ୍ପକୁ ମିଳିଲା ବିଭାଗୀୟ ଅନୁମୋଦନ, ପ୍ରକାଶ ପାଇଲା ସଂଶୋଧିତ ଅନୁମୋଦିତ ହସ୍ତଶିଳ୍ପ ତାଲିକା

ଭୁବନେଶ୍ଵର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୫୫ ଗୋଟି ହସ୍ତଶିଳ୍ପକୁ ବିଭାଗୀୟ ଅନୁମୋଦନ ମିଳିଛି। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳ ସାମନ୍ତ ଏହାକୁ ଅନୁମୋଦନ କରିଛନ୍ତି।  ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଏହି ୫୫ ଗୋଟି ହସ୍ତଶିଳ୍ପର ଅନୁମୋଦନ ପାଇଁ ସୁପାରିଶ କରିଥିବା ବେଳେ ହସ୍ତଶିଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତି ଛୋଟରାୟ ଏହାର ପ୍ରସ୍ତାବ ରଖିଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ୫୧ ଗୋଟି ହସ୍ତଶିଳ୍ପକୁ ଅନୁମୋଦନ ମିଳିଥିଲା । ଏବେ ଏହି ତାଲିକାକୁ ସଂଶୋଧନ କରାଯାଇ ନୂତନ ଭାବେ ୫୫ ଗୋଟି ହସ୍ତଶିଳ୍ପକୁ ରାଜ୍ୟ ସରକାରଙ୍କ ମାନ୍ୟତପ୍ରାପ୍ତ ହସ୍ତଶିଳ୍ପ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।

- Advertisement -

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ଅନୁମୋଦିତ ହସ୍ତଶିଳ୍ପ ମଧ୍ୟରେ ରହିଛି ଚାନ୍ଦୁଆ, କାରୁକାର୍ଯ୍ୟପୂର୍ଣ୍ଣ ଚମଡ଼ା କାମ, କାରୁକାର୍ଯ୍ୟପୂର୍ଣ୍ଣ ସପ, କାରୁକାର୍ଯ୍ୟପୂର୍ଣ୍ଣ କାଠ କାମ, ବାଉଁଶ କାମ, ବାଟିକ୍ ଛାପା କାମ, ଗୁଆ କାମ, କଂସା ଓ ପିତ୍ତଳ କାମ, ବେତ କାମ, ମାଟି କଣ୍ଢେଇ, କପଡ଼ା ଫୁଲ, କପଡ଼ା ତାଳିପକା କାମ, କପଡ଼ା କଣ୍ଢେଇ, ନଡ଼ିଆ ସଢ଼େଇ କାମ, କତା ହସ୍ତଶିଳ୍ପ, ଢୋକ୍ରା କାମ, ସୂଚୀ କାମ, କାଇଁଚ କାମ, ଗୋପା କାମ, ଦରି ଓ ସତରଞ୍ଜି କାମ, ହସ୍ତ ନିର୍ମିତ ଅଳଙ୍କାର, ଶିଙ୍ଗ କାମ, ଜୟଖାଡ଼ି କାମ, ଝୋଟ ନିର୍ମିତ ହସ୍ତଶିଳ୍ପ, କିଆ ପତ୍ରରୁ ପ୍ରସ୍ତୁତ ହସ୍ତଶିଳ୍ପ, ଲାଖ କାମ, ପ୍ରାକୃତିକ ତନ୍ତୁ ନିର୍ମିତ ହସ୍ତଶିଳ୍ପ (ନାଳିଆ ଘାସ, ସିସଲ ଘାସ, ହେଂସୁଆତି), ଧାନରୁ ତିଆରି ହସ୍ତଶିଳ୍ପ, ଡଙ୍ଗରିଆ କନ୍ଧ ଚିତ୍ରକଳା, ଗଣ୍ଡ ଚିତ୍ରକଳା, ଜୁଆଙ୍ଗ ଚିତ୍ରକଳା, କୋହ୍ଲ ଚିତ୍ରକଳା, କୁଟିଆ କନ୍ଧ ଚିତ୍ରକଳା, ଲାଞ୍ଜିଆ ସଉରା ଚିତ୍ରକଳା, ଓରାଓଁ ଚିତ୍ରକଳା, ସାନ୍ତାଳ ଚିତ୍ରକଳା, ସଉରା ଚିତ୍ରକଳା, ତାଳପତ୍ର ତିଆରି ସାଜସଜ୍ଜା ଜିନିଷ, ତାଳପତ୍ର ଖୋଦେଇ, କାଗଜ ମୁଖା, ପଟ୍ଟଚିତ୍ର, ଗଛମୂଳରୁ ତିଆରି ହସ୍ତଶିଳ୍ପ, ସବାଇ ଘାସ କାମ, ଶଙ୍ଖ ଶାମୁକା କାମ, ରୂପା ତାରକସି କାମ, ସୋଲ କାମ, ପଥର ଖୋଦେଇ, ଛଣରୁ ତିଆରି ହସ୍ତଶିଳ୍ପ, ଟେରାକୋଟା ଏବଂ ମାଟିପାତ୍ର କାମ, ଯାତ୍ରା ପୋଷାକ, ଆଦିବାସୀ ଅଳଙ୍କାର, ତୁମ୍ବା କାମ, କାଠ ଖୋଦେଇ, ଚିତ୍ରିତ କାଠ କଣ୍ଢେଇ ଏବଂ ଲୌହ ଧାତୁ ନିର୍ମିତ ହସ୍ତଶିଳ୍ପ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଏହି ଅନୁମୋଦିତ ହସ୍ତଶିଳ୍ପ ଗୁଡ଼ିକର ବିକାଶ ପାଇଁ ବିଶେଷ ଧ୍ୟାନ ଦେବା ସହ ଏଥିରେ କାର୍ଯ୍ୟରତ କାରିଗରମାନଙ୍କୁ ନିୟମାନୁଯାୟୀ ଆବଶ୍ୟକୀୟ ସହାୟତା ଯୋଗାଇ ଦେବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories