ଆମ୍ବ ଟାକୁଆ ଟ୍ରାଜେଡି; ସାମ୍ନାକୁ ଆସିଲା ରିପୋର୍ଟ, ଖାଦ୍ୟ ବିଷାକ୍ତରୁ ମୃତ୍ୟୁ..

ଭୁବନେଶ୍ୱର : କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାରେ ବଡ ତଥ୍ୟ ସାମ୍ନାକୁ ଆସିଛି । ଗୁରୁବାର ଏହି ଘଟଣାର ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ଆସିଛି । ଖାଦ୍ୟ ବିଷାକ୍ତ ହୋଇଥିବାରୁ ତାହାକୁ ଖାଇ ମୃତ୍ୟୁ ଘଟିଥିବା ସହ ଖାଦ୍ୟ ନମୁନାରୁ ରୋଗ ସୃଷ୍ଟିକାରୀ ଜୀବାଣୁ ମିଳିଛି । ଖାଦ୍ୟରେ ହାଇଡ୍ରୋଜେନ୍‌ ସଲ୍‌ଫାଇଡ୍‌ ପରୀକ୍ଷା ପିଜିଟିଭ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବାରୁ ସନ୍ଦେହ କରୁଛୁ ଖାଦ୍ୟ ବିଷାକ୍ତ ହୋଇଥିଲା ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ସହ ଅନ୍ୟ ୬ ଜଣ ଗୁରୁତର ହୋଇ ଚିିକିତ୍ସିତ ହେଉଛନ୍ତି । ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସଲମାନ୍‌ଙ୍କ ପରେ ଶାହାରୁଖ୍‌ଙ୍କୁ ହତ୍ୟା ଧମକ..

ନଭେମ୍ବର ୭ରେ ଶୁକ୍ରଙ୍କ ଚଳନ; ୧୨ ରାଶି ଉପରେ ପଡିବ କି ପ୍ରଭାବ, ଜାଣନ୍ତୁ କିଏ ହେବେ ଭାଗ୍ୟଶାଳୀ, ମିଳିବ ଧନ,ସନ୍ତାନ ସୁଖ..

ବାସ୍ତୁ ; ଏହି ୨ଟି ଧଳା ଜିନିଷ ହାତରୁ ଖସିବା ଦେଇଥାଏ ଅଶୁଭ ସଙ୍କେତ..

Comments are closed.