www.samajalive.in
Saturday, December 6, 2025
26.1 C
Bhubaneswar

ସୋସିଆଲ ମିଡିଆରେ ବାଘ ଆତଙ୍କ; ପାଲୁର ହିଲ୍ ନିକଟରେ ରହିଛି, ଲୋକଙ୍କ ମଧ୍ୟରେ ଆତଙ୍କ 

ଗୋପାଳପୁର: ନିଷ୍ଟ ୟୁନିଭରସିଟି ନିକଟ ୧୬ ନଂ ଜାତୀୟ ରାଜପଥରେ ଗତ ୩ ତାରିଖ ରାତି ସାଢ଼େ ୯ଟାରେ ଏକ ବାଘ ରାସ୍ତା ପାର ହେଉଥିବା ଭିଡିଓ ଏକ କାରରେ ଲାଗିଥିବା କ୍ୟାମେରାରେ କଏଦ ହେବା ପରେ ଏହା ଭାଇରାଲ୍‌ ହେଉଛି । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଭିଡିଓ ଫୁଟେଜ ପ୍ରକାରେ ଗୋଳନ୍ଥରା ସନ୍ନିକଟ ଇନ୍ଦିରାଆବାସ କଲୋନୀ ଜଙ୍ଗଲରେ ମହାବଳ ଥିବାର ଅନୁମାନ କରାଯାଉଛି। ମହାବଳ ବାଘଟି ଗତ ଦୁଇ ଦିନ ହେଲା ମୋହନା ବନାଞ୍ଚଳରେ ଥିବା ନେଇ ଚର୍ଚ୍ଚା ହୋଇଥିଲା ଏବଂ ଗୋଟିଏ ଗାଈକୁ ମଧ୍ୟ ଖାଇଥିଲା। ଏବେ ଗୋଳନ୍ଥରା ଅଂଚଳରେ ବାଘ ଥିବା ନେଇ ଲୋକ ମାନଙ୍କର ମଧ୍ୟରେ ଆଲୋଚନା ଜୋର ଧରିଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ଆଖପାଖ ଅଞ୍ଚଳର ସମସ୍ତ ଗ୍ରାମବାସୀଙ୍କୁ ସତର୍କ ସୂଚନା ଦିଆଯାଇଛି। ପାର୍ବଣ ଋତୁ ପଡ଼ିଥିବାରୁ ଲୋକମାନେ ବଡ଼ି ଭୋର୍ ସମୟରେ ମନ୍ଦିର ଦର୍ଶନ ପାଇଁ କେହି ବାହାରକୁ ନ ବାହାରିବାକୁ ଟାମଣା ବନପାଳ ପ୍ରଶାନ୍ତ କାର୍ଜୀ ପକ୍ଷରୁ ଲୋକଙ୍କୁ ଅବଗତ କରାଯାଇଛ। ଗତ ଏକ ମାସ ହେଲା ମୋହନା ଅଞ୍ଚଳରେ ମହାବଳ ବୁଲିବା ସହ ଗୃହପାଳିତ ପ୍ରାଣୀଙ୍କ ଜୀବନ ନେଲାଣି । ଯଦି ଓ ଏହି ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା କୌଣସି ଅଘଟଣ ଘଟଣା ଘଟି ନଥିଲେ ମଧ୍ୟ ବିଦ୍ୟାର୍ଥୀ ସ୍କୁଲ ଯିବା କିମ୍ବା ସଧାରଣ ଲୋକେ କୌଣସି କାମରେ ବାହାରକୁ ଯିବା ପାଇଁ ସହାସ କରିପାରୁନାହାନ୍ତି । କିନ୍ତୁ ବାଘର ଚଳପ୍ରଚଳ ନେଇ ବନ ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ନିଆ ଯାଇନଥିବା ଯୋଗୁଁ ଲୋକେ ଚିନ୍ତାରେ ରହିଥିବା ଦେଖିବାକୁ ମିଳିଛି । ତୁରନ୍ତ ଏ ଦିଗରେ ଧ୍ୟାନ ଦେବାକୁ ସ୍ଥାନୀୟ ଲୋକେ ବନବିଭାଗକୁ ଦାବି କରିଛନ୍ତି।

ଫଟୋ ପାଇଁ ହ୍ୱାଟ୍ସଆପ୍‌ ଆଣିଲା ନୂଆ ଜବରଦସ୍ତ ଫିଚର୍‌; ମିଳିବ ଏସବୁ ଲାଭ..

- Advertisement -

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories