www.samajalive.in
Thursday, December 11, 2025
14.1 C
Bhubaneswar

ବହାଦୁରପେଟା ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୪ ଗିରଫ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ବହାଦୁରପେଟା ଗ୍ରାମରେ ରବିବାର ପାନୀୟ ଜଳ ଯୋଗାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପି. ଲୋକନାଥ ରେଡ୍ଡୀ, ପି. କୈଳାସ ରେଡ୍ଡୀ, ପି. ଗୁରୁନାଥ ରେଡ୍ଡୀ, ପି. ଚିନା ଦୋରା ସ୍ୱାମୀରାଜୁ। ସେମାନଙ୍କଠାରୁ ପୁଲିସ ଖଣ୍ଡା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି।

ସୂଚନା ଅନୁସାରେ, ବହାଦୁରପେଟା ଗ୍ରାମରେ ପାନୀୟ ଜଳ ଯୋଗାଣ ଦାୟିତ୍ୱରେ ଥିବା ପି. କୈଳାସ ରେଡ୍ଡୀ ରବିବାର ଦିନ ଅପରାହ୍ନରେ ପାଣି ଚାବି ଖୋଲିଥିବା ବେଳେ ତାହାକୁ ବନ୍ଦ କରି ନ ଥିଲେ। ଯାହାଦ୍ଵାରା ଉଦ୍‌ବୃତ୍ତ ଜଳକୁ ବହିଯାଇ ନଷ୍ଟ ହୋଇଥିଲା। ରାସ୍ତା କାଦୁଅ ହେବାରୁ ଗ୍ରାମର କେ. କାଳୁ ରେଡ୍ଡୀ ଚାବି ବନ୍ଦ କରିବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହାର ସମାଧାନ ହୋଇଥିଲା। ସୋମବାର ଦିନ ସକାଳ ପ୍ରାୟ ସାଢେ ୭ ଟାରେ କାଳୁ ପରିବା ବିକିବା ପାଇଁ ଟ୍ରଲି ରିକ୍ସା ଧରି ଯାଉଥିବା ବେଳେ ୪ ଅଭିଯୁକ୍ତ ତାଙ୍କୁ ଗାଳି ଗୁଲଜ କରିଥିଲେ। ଏହା ଦେଖି କାଳୁଙ୍କ ପୁଅ କେ. ଦଣ୍ଡାସି, ଜି. ଶ୍ରୀନୁ, ଜି. ଶ୍ରୀକାନ୍ତ ବୁଝାବୁଝି କରାଇଥିଲେ। କିନ୍ତୁ ଅଭିଯୁକ୍ତମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଆହତମାନଙ୍କ ମଧ୍ୟରୁ କାଳୁ ରେଡ୍ଡୀ ଓ କେ. ଦଣ୍ଡାସି ଅଧିକ ଗୁରୁତର ରହିଛନ୍ତି। ପୁଲିସ ଏକ ମାମଲା(୩୦୮/୨୪) ରୁଜୁ କରିଛି।

- Advertisement -

ଅନ୍ୟ ଗୋଷ୍ଠୀର ପି. ରଘୁନାଥ ରେଡ୍ଡୀଙ୍କ ଝିଅକୁ କମେଣ୍ଟ କରିବା ଏବଂ ତାଙ୍କର ଫଟୋ, ଭିଡିଓ ଉତ୍ତୋଳନ କରାଯାଉଥିବା ନେଇ ପଚରାଉଚରା କରିବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କ ଭାଇଙ୍କୁ ମାଡ଼ ମରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ବିଜୟ ଲକ୍ଷ୍ମୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories