କୋଣାର୍କ : ବିରଳ ଅଲିଭ୍ ରିଡଲେଙ୍କ ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି। ରାମଚଣ୍ଡୀ ଠାରୁ ତଣ୍ଡାହାର ମୁହାଣ ପର୍ଯ୍ୟନ୍ତ ଦୀର୍ଘ ୧୫ କି.ମି. ପର୍ଯ୍ୟନ୍ତ ବେଳାଭୂମିରେ ବିରଳ ଅଲିଭ୍ ରିଡ୍ଲେ କଇଁଛ ଆସି ଅଣ୍ଡା ଦେଇଥାନ୍ତି। କଇଁଛଙ୍କ ଗଣଅଣ୍ଡାଦାନ ଲାଗି ସରକାରଙ୍କ ପକ୍ଷରୁ ନଭେମ୍ବରରୁ ସମୁଦ୍ର ମଧ୍ୟରେ ମାଛଧରା ସହ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି; ମାତ୍ର ଚଳିତବର୍ଷ କଟକଣା ଜାରି ସତ୍ତ୍ବେ ଟ୍ରଲର ସାହାଯ୍ୟରେ ମତ୍ସ୍ୟଜୀବୀ ମାଛ ମାରୁଥିବା ଅଭିଯୋଗ ହୋଇଛି। ନିଷିଦ୍ଧାଞ୍ଚଳରେ ଟ୍ରଲର ଯୋଗେ ମାଛ ଧରିବା ଯୋଗୁଁ ଉପକୂଳରେ ୩ ଅଲିଭ୍ ରିଡ୍ଲେ କଇଁଛଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।
Popular Categories



