www.samajalive.in
Tuesday, December 9, 2025
17.1 C
Bhubaneswar

ଆଜି ଓଡ଼ିଶା ଆସୁଛନ୍ତି ଚରଣ ଓ ମୀନାକ୍ଷୀ: ପିସିସି ସଭାପତି ବାଛିବାକୁ ମତ ଦେବେ ନେତା

ଭୁବନେଶ୍ବର : ପିସିସି ସଭାପତି ମନୋନୟନ ନେଇ ପ୍ରଦେଶ କଂଗ୍ରେସ ନେତାଙ୍କ ପାଖରୁ ମତାମତ ଲୋଡିବେ ଛତିଶଗଡ କଂଗ୍ରେସ ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଏବଂ ତାଙ୍କୁ ସହାୟତା କରିବା ପାଇଁ ଏଆଇସିସି ଦ୍ବାରା ନିଯୁକ୍ତ ମୀନାକ୍ଷୀ ନଟରାଜନ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଚରଣ ଦାସ ରାୟପୁରରୁ ଏବଂ ମୀନାକ୍ଷୀ ଦିଲ୍ଲୀରୁ ବିମାନ ଯୋଗେ ଆଜି ଭୁବନେଶ୍ବର ଆସିବା କାର୍ଯ୍ୟକ୍ରମ ରହିଛି। ଉଭୟ ନେତା ମଧ୍ୟାହ୍ନରେ କଂଗ୍ରେସ ଭବନରେ ପ୍ରଥମେ ଷ୍ଟିୟରିଂ କମିଟି ସଦସ୍ୟଙ୍କୁ ନେଇ ବୈଠକ କରିବେ। ପରେ ଷ୍ଟିୟରିଂ କମିଟି ସଦସ୍ୟଙ୍କ ପାଖରୁ ଜଣ ଜଣ କରି ପିସିସି ସଭାପତି ମନୋନୟନ ସଂକ୍ରାନ୍ତରେ ମତାମତ ଲୋଡିବେ। ଏହାପରେ କଂଗ୍ରେସ ବିଧାୟକ, ବିଧାୟକ ପ୍ରାର୍ଥୀ, ସାଂସଦ, ସାଂସଦ ପ୍ରାର୍ଥୀ, ଜିଲା ସଭାପତି ଏବଂ ବ୍ଲକସ୍ତରୀୟ ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ପିସିସି ସଭାପତି ଘୋଷଣା ପୂର୍ବରୁ ତାଲିକାରେ ଥିବା ଆଶାୟୀମାନେ ନିଜ ନିଜ ସମର୍ଥନ ଯୋଗାଡରେ ଲାଗି ପଡିଛନ୍ତି। କିଏ ଜିଲା ସଭାପତିଙ୍କୁ ଫୋନ କରି ନିଜ ସପକ୍ଷରେ ମତାମତ ଦେବାକୁ କହୁଛନ୍ତି ତ ଆଉ କିଏ ବ୍ଲକସ୍ତରୀୟ ନେତାଙ୍କୁ ନିଜ ସପକ୍ଷରେ ଟାଣିବାକୁ ଯୋଗାଯୋଗରେ ଅଛନ୍ତି। ଦୁଇଦିନ ହେଲା ପୂର୍ବତନ ବିଧାୟକ ମହମ୍ମଦ ମୋକିମ ବନ୍ଧୁ ମିଳନ କରୁଛନ୍ତି। ଶନିବାର ସନ୍ଧ୍ୟାରେ ଭୁବନେଶ୍ବର ଜିଲା ସଭାପତିଙ୍କ ସହ ଛାମୁଆ ନେତାଙ୍କୁ ନେଇ ବନ୍ଧୁ ମିଳିନ ହୋଇଥିଲା। ଅନୁରୂପ ଭାବେ ରବିବାର ସନ୍ଧ୍ୟାରେ ଯୁବ କଂଗ୍ରେସ ଏବଂ ଛାତ୍ର କଂଗ୍ରେସ ନେତା ଏବଂ ସମସ୍ତ ସକ୍ରିୟ ସଦସ୍ୟଙ୍କୁ ନେଇ ବନ୍ଧୁ ମିଳନ ହୋଇଥିବା ବେଳେ ଏଥିରେ ମୋକିମ ଉପସ୍ଥିତ ଥିଲେ। ଯୁବ କଂଗ୍ରେସ ଏବଂ ଛାତ୍ର କଂଗ୍ରେସ ସଦସ୍ୟମାନେ ମୋକିମଙ୍କୁ ପିସିସି ସଭାପତି କରିବା ଦିଗରେ ଆଲୋଚନା କରିଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories