www.samajalive.in
Wednesday, December 10, 2025
26.1 C
Bhubaneswar

ଜଗତ କଲ୍ୟାଣ ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିରଚୂଡାକୁ  ଉଠିଲା ମହାଦୀପ

ଆରଡି: ପବିତ୍ର ଦୀପାବଳୀ ଉତ୍ସବ ଅବସରରେ ରୀତିନୀତି ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ରାତ୍ର ୧୦ଟାରେ ଉଠିଛି ମହାଦୀପ। ଏହି ଅବସରରେ ମଣିବାବାଙ୍କ ମନ୍ଦିରରେ ଭୋର ୪ଟାରେ ଦ୍ବାରଫିଟା  ନୀତି ସହ ସମସ୍ତ ନୀତିକାନ୍ତି ଅପରାହ୍ଣ ସୁଧା ସମ୍ପନ୍ନ ହେବା ପରେ ଦୀପାବଳି ନୀତି ନିମନ୍ତେ  ମଣିବାବାଙ୍କୁ ଦୁର୍ଲଭ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା।
ସଂଧ୍ୟାରେ ଶୋଡଷ ଉପଚାର ନୀତି ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ଭକ୍ତ ହଜାରହଜାର ଦୀପ ପ୍ରଜ୍ବଳନ କରିଥିଲେ। ପରେ ମହାଦୀପ ନୀତି ନିମନ୍ତେ ମହାଦୀପ ପ୍ରସ୍ତୁତ କରାଯାଇ ମଣିବାବାଙ୍କ ପାଖରେ ଜଗତ କଲ୍ୟାଣ ଉଦେଶ୍ୟରେ ସର୍ମପିତ କରାଯାଇ ଅଗ୍ନି ସଂଯୋଗ କରାଯିବା ପରେ ଘଣ୍ଟକିର୍ତ୍ତନ ସହ ମନ୍ଦିର ବେଢା ପରିକ୍ରମା କରାଯାଇ ରାତ୍ର ୧୦ରେ ମନ୍ଦିର ଚୂଡାରେ ସ୍ଥାପନ କରାଯାଇଥିଲା। ଏହି ମହାଦୀପ ଦର୍ଶନ ପାଇଁ ବିଭିନ୍ନ ପ୍ରାନ୍ତରରୁ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories