www.samajalive.in
Monday, December 8, 2025
24.1 C
Bhubaneswar

୨୬୩ ରନରେ ଅଟକିଲା ଟିମ୍‌ ଇଣ୍ଡିଆ, ପ୍ରଥମ ପାଳିରେ ୨୮ ରନରେ ଆଗୁଆ

ସମାଜ ଡିଜିଟାଲ ଡେସ୍କ: ପୁଣି ଏକ ରୋମାଞ୍ଚକ ସ୍ଥିତିକୁ ଅଗ୍ରସର ହେଉଛି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୩ୟ ଟେଷ୍ଟ ମ୍ୟାଚ। ନ୍ୟୁଜିଲାଣ୍ଡର ୨୩୫ ରନ ଜବାବରେ ଭାରତ ଏହାର ପ୍ରଥମ ପାଳିରେ ୨୬୩ ରନ କରି ଅଲଆଉଟ ହୋଇଯାଇଛି। ଫଳରେ ପ୍ରଥମ ଇନିଂସରେ ଦଳ ନ୍ୟୁଜିଲାଣ୍ଡଠାରୁ ୨୮ ରନରେ ଆଗୁଆ ରହିଛି।

ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୨୩୫ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଭାରତୀୟ ବୋଲର ରବୀନ୍ଦ୍ର ଜାଡେଜା ସର୍ବାଧିକ ୫ ଏବଂ ଓ୍ବାଶିଂଟନ ସୁନ୍ଦର ୪ଟି ଉଇକେଟ ନେଇଥିଲେ।

- Advertisement -

ଏହାପରେ ଭାରତୀୟ ଓପନର  ବଡ଼ ସ୍କୋର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ତାହା ସଫଳ ହୋଇ ନ ଥିବାରୁ ନ୍ୟୁଜିଲାଣ୍ଡ ପରି ଭାରତୀୟ ବ୍ୟାଟରମାନେ ବି ସଅଳ ଆଉଟ ହୋଇଥିଲେ। ରୁଷଭ ପନ୍ତ ୬୦ ଏବଂ ଶୁଭମନ ଗିଲଙ୍କ ୯୦ ରନ୍‌ ବ୍ୟତୀତ ଅନ୍ୟ କୌଣସି ଖେଳାଳିଙ୍କର ବଡ଼ ଅବଦାନ ନ ଥିଲା। ଯାହାଫଳରେ ଟିମ ଇଣ୍ଡିଆ ସମସ୍ତ ଉଇକେଟ ହରାଇ ୨୬୩ ରନ୍‌ କରିପାରିଥିଲା। ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲ ସର୍ବାଧିକ ୫ ଉଇକେଟ୍‌ ନେଇଥିଲେ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories