www.samajalive.in
Monday, December 8, 2025
24.1 C
Bhubaneswar

ନବରଙ୍ଗପୁରର ବଙ୍ଗୀୟ ଗ୍ରାମ ଗୁଡିକରେ ମା’ କାଳୀଙ୍କ ପୂଜା ଆରମ୍ଭ

ଡେସ୍କ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଓ ରାଇଘର ବ୍ଳକରେ ଥିବା ବଙ୍ଗୀୟ ଗ୍ରାମ ଗୁଡିକରେ ମଣ୍ଡପରେ ମା’କାଳୀଙ୍କ ପୂଜା ଆରମ୍ଭ ହୋଇଛି। ଉମରକୋଟ ବ୍ଳକର ୟୁଭି-୧ ନମ୍ଵର୍ ବଡ଼କୁମାରୀ ଗ୍ରାମରେ ୪୫ ଫୁଟ ଉଚ୍ଚର କାଳୀ ମୂର୍ତ୍ତିଙ୍କୁ ଚଳିତ ବର୍ଷ ପୂଜା କରାଯାଉଛି। ସାରା ଓଡିଶାରେ ପୂଜା କରାଯାଉଥିବା ମୁର୍ଣ୍ଣୟ ମୂର୍ତ୍ତି ମଧ୍ୟରେ ଏହା ସବୁଠାରୁ ଉଚ୍ଚ ମୂର୍ତ୍ତି।

ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ରାଇଘର ବ୍ଳକରେ ୫୭ଟି ବଙ୍ଗୀୟ ଗ୍ରାମ ରହିଛି। ସେଥିମଧ୍ୟରୁ ଅନେକ ଗ୍ରାମରେ ଦିପାବଳୀରେ ଶ୍ୟାମକାଳୀଙ୍କୁ ମଣ୍ଡପରେ ବଙ୍ଗୀୟ ରୀତିନୀତିରେ ପୂଜାପାଠ କରାଯାଏ। ଅମାବାସ୍ୟା ତିଥିରେ ବିଳମ୍ବିତ ରାତ୍ରିରେ ମା’ଙ୍କ ଗୁପ୍ତ ପୂଜା ପରେ ସର୍ବସାଧାରଣ ଦର୍ଶନ ସକାସେ ମା’ଙ୍କ ମୁହଁ ଖୋଲାଯାଏ।

- Advertisement -


ମା’ଙ୍କୁ ଦର୍ଶନ କରି ଆଶିଷ ଲାଭ ପାଇଁ ବହୁ ସଂଖ୍ୟାରେ ଜନ ସମାଗମ ହେଉଛି। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଜନଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଇଛି। ଆସନ୍ତା ଦଶ ଦିନ ଧରି ହେବାକୁ ଥିବା ପୂଜା ଦୃଷ୍ଟିରୁ ବିଭିନ୍ନ ଦୋକାନ ବଜାର ସହ ମୀନାବଜାର ଓ ପ୍ରତି ରାତିରେ ସ୍ତାନୀୟ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories