www.samajalive.in
Sunday, December 7, 2025
16.1 C
Bhubaneswar

ବାଥରୁମରେ କରୁଥିବା ଏହି ଭୁଲ ସ୍ବାସ୍ଥ୍ୟ ପାଇଁ ହାନିକାରକ

ଆମେ ସମସ୍ତେ ସୁସ୍ଥ ଓ ସଫାସୁତୁରା ରହିବା ପାଇଁ ଅନେକ କିଛି ଉପାୟ ଅବଲମ୍ବନ କରିଥାଉ। କିନ୍ତୁ ବେଳେବେଳେ ଆମ ଅଜାଣତରେ ଏପରି କିଛି ଭୁଲ ହୋଇଯାଇଥାଏ, ଯାହାଦ୍ବାରା ଆପଣ ରୋଗର ବଶବର୍ତ୍ତୀ ହୋଇଯାଆନ୍ତି। ବାଥରୁମ ଏପରି ଏକ ସ୍ଥାନ ଯେଉଁଠି ଅଧିକ ବ୍ୟାକ୍ଟେରିଆ ଜମା ହୋଇ ରହିଥାଆନ୍ତି। ପ୍ରତିଦିନ ସମସ୍ତେ ବାଥରୁମ ବ୍ୟବହାର କରିଥାଆନ୍ତି। ବାଥରୁମକୁ ଯେତେ ସଫା କଲେ ମଧ୍ୟ ସେଠାରେ ବ୍ୟାକ୍ଟେରିଆ ରହିଯାଆନ୍ତି। ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ଟୟଲେଟ୍‌ ଉପରେ ଅଧିକ ସମୟ ବସିବା :

- Advertisement -

ଟୟଲେଟ୍‌ ଉପରେ ଅଧିକ ସମୟ ବସିବା ଅଧିକତଃ ଲୋକଙ୍କ ଅଭ୍ୟାସ ଅଟେ। ଏହାସହ ସେଠାରେ ବସି ଖବର କାଗଜ ପଢିବା, ମୋବାଇଲ ଫୋନର ବ୍ୟବହାର ମଧ୍ୟ କରିଥାଆନ୍ତି। ଏପରି ବସି ରହିବା ସ୍ବାସ୍ଥ୍ୟ ପାଇଁ ଅସୁବିଧାର କାରଣ ହୋଇଥାଏ। ଏହାଦ୍ବାରା ହେମୋରୋଇଡ୍ସ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ।

ମୁହଁ ଧୋଇବା ପ୍ରଣାଳୀ :

ନରମ ଜିନିଷ ଯେପରି ମୁହଁ ପୋଛିବା ପାଇଁ ବ୍ୟବହାର କରୁଥିବା ଟାୱେଲ ସେଥିରେ ବ୍ୟାକ୍ଟେରିଆ ଅଧିକ ଜମା ହୋଇ ରହିଥାଆନ୍ତି। ତେଣୁ ମୁହଁ ଧୋଇବା ପରେ ସର୍ବଦା ସଫା ଟାୱେଲ ବ୍ୟବହାର କରନ୍ତୁ। ସେଥିପାଇଁ ପ୍ରତିଦିନ ବ୍ୟବହାର କରିବା ପରେ ଟାୱେଲକୁ ଭଲ ଭାବେ ସଫା କରିବା ଉଚିତ।

ବ୍ୟବହାର କରିବା ପରେ ସାବୁନ ନ ଧୋଇବା :

ସାବୁନକୁ ଥରେ ବ୍ୟବହାର କରି ସାରିବା ପରେ ତାକୁ ଧୋଇ ରଖିବା ଉଚିତ। ବ୍ୟବହାର କରିଥିବା ସାବୁନକୁ ଠିକ ରୂପେ ନ ଧୋଇବା ଦ୍ବାରା ସେଥିରେ ବ୍ୟାକ୍ଟେରିଆ ଜମା ହୋଇ ରହିଯାଆନ୍ତି। ତେଣୁ ସାବୁନକୁ ବ୍ୟବହାର କରିବା ପରେ ବୋହି ଯାଉଥିବା ପାଣିରେ ଭଲ ଭାବେ ଧୋଇ ରଖନ୍ତୁ।

ବ୍ରଶ ଠିକ ଭାବେ ସଫା ନ କରିବା :

ଏକ ଗବେଷଣାରୁ ଜଣା ପଡିଛି ଯେ, ଟୁଥବ୍ରଶରେ ୧୦ମିଲିୟନ ପର୍ଯ୍ୟନ୍ତ ଜୀବାଣୁ ରହିଥାଆନ୍ତି। ଟୁଥବ୍ରଶକୁ ସଠିକ ଭାବେ ନ ଧୋଇ ବ୍ୟବହାର କରିବା ଦ୍ବାରା ଜୀବାଣୁ ଗୁଡିକୁ ମୁହଁକୁ ଯାଇଥାଆନ୍ତି। ଏହାଦ୍ବାରା ଆପଣ ରୋଗରେ ପଡି ଥାଆନ୍ତି। ପ୍ରତିଦିନ ଟୁଥବ୍ରଶ ବ୍ୟବହାର କରି ସାରିବା ପରେ ଭଲ ଭାବେ ଧୋଇ ରଖନ୍ତୁ। ବେଳେବେଳେ ଏହାକୁ ଭିନେଗାରରେ ୩୦ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories