www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ: ଦୀପାବଳିରେ କେଉଁ ରାଶି ପିନ୍ଧିବେ କି ରଙ୍ଗର ପୋଷାକ, ମିଳିବ ମା’ଲକ୍ଷ୍ମୀଙ୍କ କୃପା, ବର୍ଷଯାକ ରହିବନି ଧନର ଅଭାବ..

ହିନ୍ଦୁ ଧର୍ମରେ ଦୀପାବଳିକୁ ଆଲୋକର ପର୍ବ ବୋଲି କୁହାଯାଏ । ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ କରାଯାଏ । ଏହି ଦିନ ଚାରି ଆଡ ଦୀପର ଆଲୋକରେ ଆଲୋକିତ ହୋଇଥାଏ । ଦୀପାବଳି ଦିନ ମା’ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ । ଏହି ଦିନ ଲୋକେ ନୂଆ ପୋଷାକ ମଧ୍ୟ ପିନ୍ଧନ୍ତି । ଦୀପାବଳିରେ ରାଶି ଅନୁସାରେ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଏହା ଅତ୍ୟନ୍ତ ଶୁଭଙ୍କର ମଧ୍ୟ । ଜାଣନ୍ତୁ..

ମେଷ – ଏହି ରାଶିର ବ୍ୟକ୍ତି ବିଶେଷ ଦୀପାବଳି ଦିନ ମା’ଲକ୍ଷ୍ମୀଙ୍କୁ ପୂଜା କରିବା ସହ ଲାଲ ରଙ୍ଗର ପୋଷାକ ପିନ୍ଧନ୍ତୁ । ଏହାଦ୍ୱାରା ବର୍ଷଯାକ ମା’ଙ୍କ କୃପା ପ୍ରାପ୍ତି ହୋଇଥାଏ ।

- Advertisement -

ବୃଷ – ଏହି ରାଶିର ବ୍ୟକ୍ତି ବିଶେଷ ନୀଳ ରଙ୍ଗର ପୋଷାକ ପିନ୍ଧନ୍ତୁ । ଏହାଦ୍ୱାରା ଧନ ପ୍ରାପ୍ତି ସହ ସୁଖସମୃଦ୍ଧି ବୃଦ୍ଧି ହେବ ।

ଦୀପାବଳି ପରେ ସିଧାଚଳନ କରିବେ ଶନି; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ଚମକିବ ଭାଗ୍ୟ..

ମିଥୁନ – ଏହି ରାଶିର ବ୍ୟକ୍ତି ବିଶେଷ ନାରଙ୍ଗୀ ରଙ୍ଗର ପୋଷାକ ପିନ୍ଧନ୍ତୁ । ଏହାଦ୍ୱାରା ହଠାତ୍‌ ଧନ ପ୍ରାପ୍ତି ହେବ ।

କର୍କଟ – ଏହି ରାଶିର ଲୋକେ ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସବୁଜ ରଙ୍ଗ ପୋଷାକ ପିନ୍ଧନ୍ତୁ । ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ ।

ସିଂହ – ଏହି ରାଶିର ବ୍ୟକ୍ତି ବିଶେଷ ହାଲୁକା ମାଟିଆ ରଙ୍ଗର ପୋଷାକ ପିନ୍ଧନ୍ତୁ। ଏହାଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ।

କନ୍ୟା – ଏହି ରାଶିର ଲୋକେ ଧଳା ରଙ୍ଗର ପୋଷାକ ପିନ୍ଧନ୍ତୁ । ସମ୍ପୂର୍ଣ୍ଣ ଧଳା ନହେଲେ ମଧ୍ୟ ପିନ୍ଧି ପାରିବେ । ଏହାଦ୍ୱାରା ଆର୍ଥିକ ସ୍ଥିତି ମଜଭୁତ ହେବ ।

୫୦୦ ବର୍ଷ ପରେ ଦୀପାବଳିରେ ଅଦ୍ଭୁତ ସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ..

ତୁଳା – ଏହି ରାଶିର ଲୋକେ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଶୁଭଙ୍କର ।

ବିଛା – ଏହି ରାଶିର ଲୋକେ ମେରୁନ୍‌ ରଙ୍ଗର ପୋଷାକ ପିନ୍ଧନ୍ତୁ । ମା’ଲକ୍ଷ୍ମୀଙ୍କ କୃପା ମିଳିବ ।

ଧନୁ- ଏହି ରାଶିର ଲୋକେ ବାଇଗଣୀ ରଙ୍ଗର ପୋଷାକ ପିନ୍ଧନ୍ତୁ । ଏହା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ।

ପୁଣି ସଲମାନ୍‌ଙ୍କୁ ହତ୍ୟା ଧମକ; ୨ କୋଟି ଟଙ୍କା ନଦେଲେ ମାରି ଦେବୁ କହିଲେ..

ମକର – ଏହି ରାଶିର ଲୋକେ ନୀଳ ରଙ୍ଗର ପୋଷାକ ପିନ୍ଧନ୍ତୁ । ମା’ଲକ୍ଷ୍ମୀ ପ୍ରସନ୍ନ ହେବେ ।

କୁମ୍ଭ – ଏହି ରାଶିର ବ୍ୟକ୍ତି ବିଶେଷ ପାଉଁଶିଆ ରଙ୍ଗର ପୋଷାକ ପିନ୍ଧନ୍ତୁ । ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ ।

ମୀନ – ଏହି ରାଶିର ବ୍ୟକ୍ତି ବିଶେଷ ଗୋଲାପି ରଙ୍ଗର ପୋଷାକ ପିନ୍ଧନ୍ତୁ । ଶୁଭଫଳ ପ୍ରାପ୍ତି ହେବ ।

ଦେଖନ୍ତୁ ଭିଡିଓ; କେମିତି ରେଳ ଧାରଣା ପାର୍‌ କଲେ ହାତୀପଲ..

 

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories