www.samajalive.in
Wednesday, December 10, 2025
16.1 C
Bhubaneswar

ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟରେ ‘ଜାମ୍ବୋରୀ, ନୃତ୍ୟ ଓ ସଂଗୀତରେ ଝୁମିଲେ ଛାତ୍ରଛାତ୍ରୀ

ପିପିଲି:ଉତ୍କୃଷ୍ଟ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶରେ ଖ୍ୟାତି ଅର୍ଜନ କରିଥିବା ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ଦୁଇଦିନିଆ ବାର୍ଷିକ ସାଂସ୍କୃତିକ ଉତ୍ସବ ‘ଜାମ୍ବୋରୀ ୪.୦’ ଭୁବନେଶ୍ୱର ଉପକଣ୍ଠ ନିଜିଗଡ଼କୁରୁକି ସ୍ଥିତ ନୂତନ କ୍ୟାମ୍ପସର ଅଡିଟୋରିୟମ ଠାରେ ସମାରୋହରେ ଉଦ୍‌‌ଯାପିତ ହୋଇଯାଇଛି। ପ୍ରତିଭା, ସୃଜନଶୀଳତା ଏବଂ ପ୍ରତିଯୋଗିତାର ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ସମସ୍ତ ଅନୁଷ୍ଠାନର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ବିଭିନ୍ନ କଲେଜର ପ୍ରତିଯୋଗୀମାନେ ଭାଗନେଇ ନିଜ ନିଜର ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ।

ପ୍ରଥମ ଦିବସରେ ‘ପେହଚାନ୍‌‌-୨.୦’ କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ସେମାନଙ୍କ ପ୍ରତିଭା ଓ ପରିଚୟର ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କୁ ନେଇ ‘ଏକ୍ସଆଇଏମ୍‌‌ୟୁଏନ୍‌‌-୫.୦’ ଓ ‘ବ୍ରାଣ୍ଡ ଏକ୍ସପେରିମେଣ୍ଟ’ ଭଳି ନବସୃଜନ ପରିଚାଳିତ ବ୍ରାଣ୍ଡିଂ ପ୍ରତିଯୋଗିତା ସହ ‘ଏକ୍ସ-ସଟ୍‌‌ସ’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିସହ ଫଟୋଗ୍ରାଫି, ବିଭିନ୍ନ କ୍ରୀଡା ପ୍ରତିଯୋଗିତା, ନୃତ୍ୟ, ସଂଗୀତ ପ୍ରତିଯୋଗିତା ସହ ନୀତି ଭିଜନ, ଜନ ସଂସଦ, ସଂସଦୀୟ ବିତର୍କ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା।

- Advertisement -

ଦ୍ୱିତୀୟ ଦିବସରେ ବିଭିନ୍ନ ପ୍ରତିଯୋଗୀତା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସଂନ୍ଧ୍ୟାରେ ପ୍ରସିଦ୍ଧ ହାସ୍ୟଭିନେତା ଜାକିର ଖାଁ କମେଡି ପରିବେଷଣ କରିଥିଲେ। ଏହାକୁ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ଭରପୁର ଉପଭୋଗ କରିଥିଲେ। ଏଥିସହ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଂଗୀତ, ନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଯାହାକି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଏହି କାର୍ଯ୍ୟକ୍ରମରେ ଏକ୍ସଆଇଏମ୍‌‌ ବିଶ୍ୱବିଦ୍ୟାଳୟର କୁଳପତି ଫାଦର ଆଣ୍ଟୋନି ଆର୍‌‌. ଉଭାରୀ, ରେଜିଷ୍ଟ୍ରାର ଫାଦର ଆଣ୍ଟୋନି ଏସ୍‌‌. ରାଜ, ବିଶ୍ୱବିଦ୍ୟାଳୟର ମୁଖ୍ୟ ଅର୍ଥ ଅଧିକାରୀ (ସିଏଫ୍‌‌ଓ) ଫାଦର ଭି. ଅରକିଆ ଦାସ, ରେସିଡେଣ୍ଟ ପ୍ରଶାସକ ଫାଦର ବିପିନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories