ଲଇଡା କଲେଜରେ ସାହିତ୍ୟ ସମ୍ପାନ ଉପେକ୍ଷିତ ପ୍ରତିଭା ନନ୍ଦ କିଶୋର ପଟେଲ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଲଇଡା ରେ ଥିବା ଦୁତିକା ସାହୁ ମହାପାତ୍ର ସାହିତ୍ୟ ବିଭାଗ ପକ୍ଷରୁ ଆଜି “ଉପେକ୍ଷିତ ପ୍ରତିଭା ନନ୍ଦ କିଶୋର ପଟେଲ “ଶୀର୍ଷକ ଏକ ସାହିତ୍ୟ ସମ୍ପାନ ଆୟୋଜିତ ହୋଇଥିଲା। ଏଥିରେ ଗବେଷକ ସାହିତ୍ୟିକ ଡକ୍ଟର ଗୌରିଦାସ ପଧାନ ମୁଖ୍ଯବକ୍ତା ରୂପେ ଯୋଗଦେଇ ଥିଲେ। ସମ୍ବଲପୁର ଜିଲାର ଲଇଡାରେ  ୧୯୧୪ରେ ଜନ୍ମନେଇ   ରେଙ୍ଗଲୋଇ  ଭଲି  ଗ୍ରାମ ରେ  ବସତି ସ୍ଥାପନ କରିଥିବା ନନ୍ଦକିଶୋର ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପାଇଁ ସମ୍ବଲପୁରୀ ଶବ୍ଦ ସଂଗ୍ରହ କରିବା ଏବଂ “ପଏରଛା ସତୀ” କାବ୍ୟ ର କବି ଖଗେଶ୍ବର ସେଠଙ୍କ ସହ ମିଶି ବରଗଡ  ରେ ସାହିତ୍ୟ ସମିତି ଗଢିବା। ୧୯୪୦ ବେଳକୁ ଗଙ୍ଗାଧର ସାହିତ୍ୟ ପ୍ରଚାର ପାଇଁ ସଂଗଠନ କରିବା ଭଳି କାର୍ଯକରି ନନ୍ଦକିଶୋର ପଟେଲ ସାହିତ୍ୟସେବା କରିବା ତାଙ୍କ ର ସାରସ୍ବତ ଓ ସାଙ୍ଗଠନିକ ଦକ୍ଷତାର ପରିଚୟ ।
ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରକାଶିତ ନନ୍ଦ କିଶୋର ପଟେଲ ଙ୍କ କାବ୍ୟ “ନୃସିଂହ ନାଥ” ସ୍ଥାନୀୟ ବୈଷିଷ୍ଟ୍ୟ ପ୍ରତିପାଦନ କରିବା ସହ ସମକାଳ ର ଚିତ୍ର ପ୍ରତିଫଳିତ ହୁଏ ।୧୯୪୯ ପୂର୍ବକାଳରେ ଲିଖିତ ଏ କାବ୍ୟରେ ମାନକ ଓଡିଆ ଶବ୍ଦ ସହ ସମ୍ବଲପୁରୀ ଶବ୍ଦର ବ୍ୟବହାର କବି ଙ୍କ ଶବ୍ଦ ସଂଯୋଜନା କୁଶଳତା ଓ  ସାରସ୍ବତ ପ୍ରତିଭା ପରିଚୟ ଅଟେ।ଏଭଳି ମାଟିର କଥା ଜାତିର କଥା କହିଥିବା ଜଣେ ଗ୍ରାମୀଣ କବି ଅଜି ବି ଆଲୋଚକ ଓ ଗବେଷକଙ୍କ ଆଖି ଅଢୁଆଳରେ ରହିଯାଇଛନ୍ତି ବୋଲି   ଗବେଷକ ସାହିତ୍ଯିକ ଡ.ଗୌରିଦାସ ପଧାନ  ମତବ୍ୟକ୍ତ କରି ଅନାଲୋଚିତ ପ୍ରତିଭା ନନ୍ଦକିଶୋର ପଟେଲ ଙ୍କ ବ୍ୟକ୍ତିତ୍ବ  ଓ ସାହିତ୍ୟିକ ଜୀବନ ଉପରେ ଆଲୋଚନା କରିଥିଲେ।
ସାମ୍ବାଦିକ ହରିହର ନାଥ  ନନ୍ଦକିଶୋର ପଟେଲଙ୍କ ରେଙ୍ଗଲୋଇ ରହଣି କଥା,ସାମାଜିକ ସଂପର୍କ ସ୍ବାଧିନତା ସଂଗ୍ରାମ ରେ ତାଙ୍କର ଭୂମିକା। ସେ ସମୟରେ ନନ୍ଦ କିଶୋର ଙ୍କ ସାମ୍ବାଦିକତା  ଆଦି ବିଷୟ ରେ ଅଲୋକପାତ  କରିଥିଲେ। ମୁଖ୍ଯ ଅତିଥି କବିପୁତ୍ର ଅଯୋଧ୍ୟା ପ୍ରସାଦ ପଟେଲ ଆଲୋଚନାରେ ଅଂଶ ଗ୍ରହଣ କରି ପିତାଙ୍କ ପାରିବାରିକ ଜୀବନ, ସାହିତ୍ଯ କୃତି ଓ ଲୋକ ସଂପର୍କ ଉପରେ ଆଲୋଚନା କରିଥିଲେ।ନନ୍ଦକିଶୋର କିଶୋର ଙ୍କ ଅପ୍ରକାଶିତ ରଚନା (ପାଣ୍ଡୁଲିପି)   ପ୍ରକାଶିତ ହେଲେ କବିଙ୍କ  ପ୍ରତି ତାହା ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଆଲୋଚନା ଚକ୍ର ରେ ମତପ୍ରକାଶ କରାଯାଇଥିଲା। ନନ୍ଦକିଶୋର ପଟେଲ ଙ୍କ ପୌତ୍ରୀ ମୀନାକ୍ଷୀ ପାଣ୍ଡେ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ।
ଅଧ୍ୟକ୍ଷ ଡ.ବସନ୍ତ କୁମାର ନାଏକ ଙ୍କ ଅଧ୍ୟକ୍ଷତାରେ ଅୟୋଜିତ ସମ୍ପାନ ରେ  ଇତିହାସ ଅଧ୍ୟାପକ ବିଶ୍ବନାଥ ପଟେଲ କାର୍ଯକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଜୟନାରାୟଣ ଶତପଥି ଅତିଥି ପରିଚୟ ପ୍ରଦାନ କରିଥିଲେ ।   ଛାତ୍ରୀ ଅଙ୍କିତା ତଣ୍ଡିଆ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ।ଓଡିଆ ବିଭାଗ ମୁଖ୍ଯ ଅଧ୍ୟାପକ ପ୍ରଶାନ୍ତ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।ନନ୍ଦକିଶୋର ପଟେଲଙ୍କ ଜୀବନ ଓ ସାହିତ୍ୟ ଉପରେ ଏକ ପ୍ରଶ୍ନୋତ୍ତରୀ ହୋଇଥିଲା।
 ପ୍ରାରମ୍ଭରେ କବିଙ୍କ ଫଟୋଚିତ୍ର ରେ ପୂଜା ଅର୍ଚ୍ଚନା ଓ ମାଲ୍ୟାର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୋଇ,ଶ୍ରୀକାନ୍ତ ପଟେଲ, କରୁଣାକର ନାଏକ,ଅଲେଖ ଚନ୍ଦ୍ର ଦ୍ବିବେଦୀ,ଜିତେନ୍ଦ୍ର ପ୍ରସାଦ ସିଂହ,ମାର୍କସ୍ ଡୁଙ୍ଗଡୁଙ୍ଗ, ଆଶିଷ ପାଣିଗ୍ରାହୀ, ଅଧ୍ୟାପିକା ମଧୁମିତା ମିଶ୍ର, ନମ୍ରତା ପଧାନ, ନିବେଦିତା ନାଥ, ଚାନ୍ଦିନୀ ପୂଜାରୀ, ଗାୟତ୍ରୀ ପଟେଲ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ସମସ୍ତ ଛାତ୍ର ଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.