www.samajalive.in
Tuesday, December 9, 2025
17.1 C
Bhubaneswar

ଭାଗ୍ୟଫଳ : ଜାଣନ୍ତୁ ଆଜି ଆପଣଙ୍କ ଦିନ କିପରି ଯିବ, କାହାକୁ ମିଳିବ ସଫଳତା

ମେଷ : ବ୍ୟବସାୟାଦି ସ୍ତରରୁ ପ୍ରଚୁର ଧନ ପ୍ରାପ୍ତିର ସୂଚନା ମିଳୁଛି। ସତ୍ୟ ଧର୍ମ ପରାୟଣ ହୋଇପାରନ୍ତି। ସ୍ବୟଂସିଦ୍ଧ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀ ପ୍ରେରଣାଦାୟୀ ହେବେ। ସତ୍ୟଂ ବଦ, ଧର୍ମଂଚର ନୀତିଯୁକ୍ତ ହେବେ।
ବୃଷ: ମହତ୍‌ ପ୍ରୟାସୀ ହୋଇପାରନ୍ତି। ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହୋଇପାରନ୍ତି। କଠିନ ଶ୍ରମକୁ ଆଦରି ନେଇ ମେହନତି ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ଶ୍ରଦ୍ଧା,ପ୍ରେମ ଓ ଶାନ୍ତିର ପ୍ରତୀକ ହେବେ।
ମିଥୁନ: ଆଧ୍ୟାତ୍ମିକ ଚିନ୍ତନ ଯୁକ୍ତ ଓ ବିନୀତ ସ୍ବଭାବସମ୍ପନ୍ନ ହେବେ। ଅହଂକାର ଓ ଆସକ୍ତିକୁ ତ୍ୟାଗ କରି ଈଶ୍ବରୀୟ ବିଭୂତି ପ୍ରାପ୍ତ ହୋଇପାରନ୍ତି। ପରର ଶୁଭ କାମନା ରୂପକ ମାନବୋଚିତ କାର୍ଯ୍ୟ କରିପାରନ୍ତି। କର୍କଟ:ସେବା ଧର୍ମ ଓ ଦାନଧର୍ମରେ ଦୀକ୍ଷିତ ହେବେ। ସକଳ ସୃଜନୀକୁ ଲୋକଲୋଚନକୁ ଆଣି ପ୍ରଶଂସାର ପାତ୍ର ହେବେ। ଅହେତୁକ ଧନ ବର୍ଷାର ସୂଚନା ମିଳୁଛି। ମହନୀୟ କର୍ମ ସମୂହ ଶ୍ରେଷ୍ଠାସନ ଦେବ।
ସିଂହ: ଦୀନ, ଦରିଦ୍ର, ଅସହାୟ ଓ ଆଶ୍ରାହୀନଙ୍କୁ ଲାଳନ, ପାଳନ ଓ ଆଶ୍ରା ଦେଇ ପୁଣ୍ୟାର୍ଜନର ହାରକୁ ଉନ୍ମୁକ୍ତ ରଖିପାରନ୍ତି। ଆତ୍ମସଂଯମୀ ହୋଇ ଅନ୍ତଃଶକ୍ତିର ଅଭ୍ୟୁଥାନ ଘଟାଇ ପାରନ୍ତି। ଆହାର ତୃପ୍ତିଦାୟକ ହେବ।

କନ୍ୟା:ସାଧନାରେ ସିଦ୍ଧତପା ସାଧୁ ଚରତ ସମ୍ପନ୍ନ ହୋଇପାରନ୍ତି। ନିଜ ମନରେ ସାହସ ଓ ଆତ୍ମପ୍ରତ୍ୟେୟ ସୃଷ୍ଟି କରି ଲକ୍ଷ୍ୟସ୍ଥଳରେ ଉପନୀତ ହୋଇପାରନ୍ତି। ସାହସ ଓ ଜ୍ଞାନ ବଳରେ ବଳୀୟାନ ହେବେ।
ତୁଳା: ସ୍ବାର୍ଥକୁ ସୀମିତ କରି କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି। ଐକାନ୍ତିକତା ଓ ଅଭିନିବେଶ ଥିବାରୁ ସଫଳତାର ଆଶା ଫଳବତୀ ହେବ। ରାଜ ଦରବାରରୁ ସମ୍ମାନ ସହିତ ବର୍ଦ୍ଧିତ ଧନ ପ୍ରାପ୍ତ ହେବ।
ବିଛା: ବୁଦ୍ଧିମାନ୍‌ ଓ ବିବେକୀ ଭାବେ ଅନ୍ୟର ଅବିଗୁଣକୁ ସୁଧାରି ତାଙ୍କୁ ସନ୍ମାର୍ଗୀ କରାଇ ପାରନ୍ତି। କର୍ମ ବହୁଳ ଜୀବନକୁ ନୀତିନିଷ୍ଠ ଭାବେ ପାଳନ କରି ଧନ ଅର୍ଜନ ସହିତ ପରିବାରର ସଂସ୍କାର ଶାଳାକୁ ଉଦ୍‌ଜୀବିତ କରିବେ।
ଧନୁ: ‘ଉପନିଷଦ’ ସର୍ବ ବ୍ରହ୍ମମୟ ବାଣୀ ଆପଣଙ୍କର ବୋଧଗମ୍ୟ ହୋଇଥିବାରୁ ଆଶା ପରିପୂର୍ଣ୍ଣାନନ୍ଦର ରୂପ ନେବ। ନମ୍ରତା ଭାବ ଯୋଗଁୁ ଅସ୍ତିତ୍ବ ଗରିମାମୟ ହେବ। ସମାଜ କଲ୍ୟାଣର ଚେଷ୍ଟା ଫଳବତୀ ହେବ।
ମକର: ଭାବ ପ୍ରବଣତା ଓ ନିକୃଷ୍ଟ ସଙ୍ଗ ପରିତ୍ୟାଗ କରିବାକୁ ପଡ଼ିବ। ନୀତିହୀନ ମନ୍ତବ୍ୟ ଦେଲେ ଚର୍ଚ୍ଚାରେ ଅନାଦର ହୋଇପାରନ୍ତା। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ସୁସ୍ଥ ରହିବେ।

- Advertisement -

କୁମ୍ଭ:ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। ସମ୍ବେଦନା ସହିତ ଯୋଡ଼ି ହୋଇ ସେବାର ସ୍ବାର୍ଥ କଥା ଉପଲବ୍ଧି କରିପାରନ୍ତି। ଧୈର୍ଯ୍ୟକୁ ଆପଣଙ୍କ ଗୁଣର ଭୂଷଣ କରିବାକୁ ପଡ଼ିବ। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।
ମୀନ: ବିଦ୍ୟା ବିବାଦେନ; ମାତ୍ର ବିନୟ ଭାବ ନ ରହିଲେ ବିଦ୍ୟା ମୂଲ୍ୟ ହୀନ ହୋଇପାରେ। ମରଣଧର୍ମୀ କ୍ଷଣ ଭଙ୍ଗୁର ଶରୀର ପାଇଁ ଶାଶ୍ବତ ଓ ସତ୍ୟକୁ ପାଥେୟ କରିପାରନ୍ତି। ସ୍ବଳ୍ପ ଆୟ ଯୋଗଁୁ ବ୍ୟୟକୁ ସୀମିତ କରିପାରନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories