www.samajalive.in
Monday, December 8, 2025
24.1 C
Bhubaneswar

ଅନ୍ତେବାସୀଙ୍କୁ ଛାତରୁ ଇଟା ବୁହାଇଲେ ଶିକ୍ଷକ

କୋଟଗଡ : କୋଟଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସରେ ୩୯ ଜଣ ଅନ୍ତେବାସୀ ରହିଛନ୍ତି। ସୂଚନା ଅନୁସାରେ ରବିବାର ପୁର୍ବାହ୍ନ ୮ ଘଣ୍ଟିକା ସମୟରେ ହଷ୍ଟେଲ ପରିଚାଳକ ଶିକ୍ଷକ ଅନ୍ତେବାସୀ ଛାତ୍ରଙ୍କୁ ଲଗାଇ ଇଟା ବୁହାଇଥିବା ଅଭିଯୋଗ ହୋଇଛି। ଫଳରେ ବିପଦ ସଙ୍କୁଳ ଅବସ୍ଥାରେ କିଛି ଛାତ୍ର ବିଦ୍ୟାଳୟ ପଛପଟେ ରହିଥିବା ଲାଟିନ ଛାତ ଉପରେ ଚଢି ତଳକୁ ଇଟା ଦେଉଥିବା ଦେଖିବାକୁ ମିଳିଥିଲା। ଅନ୍ୟକିଛି ଛାତ୍ର ତଳୁ ଇଟାକୁ କ୍ୟାଚ୍ ଧରିବା ସହ ଇଟା ଗଦା କରୁଥିଲେ।
ସୂଚନା ଥାଉକି ଆଇନତଃ ଶିଶୁ ଶ୍ରମିକ ପ୍ରଥା ଦଣ୍ଡନୀୟ ଅପରାଧ ଏବଂ ବିଦ୍ୟାଳୟଗୁଡିକୁ ଦଣ୍ଡମୁକ୍ତ ଅଞ୍ଚଳ ରୁପେ ସରକାର ଘୋଷଣା କରିଥିବା ବେଳେ ଛୋଟ ଛୋଟ ପିଲାମାନଙ୍କୁ ବିପଦପୁର୍ଣ୍ଣ ଅବସ୍ଥାରେ କାମରେ ଲଗାଯିବା ନିନ୍ଦନୀୟ ଘଟଣା।
ଏହି ଘଟଣାର ଚିତ୍ର ଉତ୍ତୋଳନ କରିଥିବାରୁ ଗତ ୧୫ ତାରିଖ ଦିନ ସନ୍ଧ୍ୟା ୭. ୩୦ ସମୟରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଶୀନାଥ ସାହୁ ଓ ହଷ୍ଟେଲ ପରିରାଳକ ପ୍ରଦୀପ ମିଶ୍ର କନ୍ଧମାଳ ସାଂସଦ ପ୍ରତିନିଧିଙ୍କ ଦ୍ୱାରା ’ସମାଜ’ ପ୍ରତିନିଧିଙ୍କୁ ବିଦ୍ୟାଳୟକୁ ଡକାଇଥିଲେ । ପହଁଚିବା କ୍ଷଣି ସାଂସଦ ପ୍ରତିନିଧି ମନୋଜ କୁମାର ସାବତଙ୍କୁ ହଷ୍ଟେଲ ପିଲାଙ୍କ ସମ୍ମୁଖରେ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ମାଡମାରିଥିଲେ। ଏହି ଘଟଣାରେ ବିଦ୍ୟାଳୟ ସଭାପତି ଓ ଶିକ୍ଷକ ଦ୍ୱୟ ତାଙ୍କୁ ସହଯୋଗ କରିଥିଲେ। ଏହି ଖବର ପ୍ରସାରଣ କଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏହି ଘଟଣା ସମ୍ପର୍କରେ କୋଟଗଡ ବିଇଓ ଜଗନ୍ନାଥ ସାହୁ ପଚାରିବାରୁ ସେ ଶିକ୍ଷକଙ୍କୁ ପଚାରିବୁ ବୋଲି କହିଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories