www.samajalive.in
Monday, December 8, 2025
27.1 C
Bhubaneswar

ବାତ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଲା ‘ସମାଜ’ ରିଲିଫ

ରାଜନଗର ; ବାତ୍ୟା ‘ଦାନା’ ବିପନ୍ନଙ୍କୁ ସହାୟତା ଯୋଗାଇଛି ‘ସମାଜ’ ରିଲିଫ। ଲୋକସେବକ ମଣ୍ଡଳର ସମ୍ପାଦକ ତଥା ‘ସମାଜ’ ରିଲିଫ କମିଟିର ଅଧ୍ୟକ୍ଷ ଡଃ. ପ୍ରଭାସ ଆଚାର୍ଯ୍ୟ ରିଲିଫ ନେଇ ରାଜନଗର ବ୍ଲକରେ ପହଞ୍ଚିଥିଲେ। ଏହି ବ୍ଲକର ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳରେ ପ୍ରଥମେ ରିଲିଫ ବଣ୍ଟନ କରିଥିଲେ। ଲଘୁଚାପଜନିତ ଲଗାଣ ବର୍ଷା ସତ୍ତ୍ବେ ‘ସମାଜ’ ରିଲିଫ ଦଳ ସେମାନଙ୍କ ପାଖରେ ପହଞ୍ଚିଥିବାରୁ ସ୍ଥାନୀୟ ଲୋକେ ‘ସମାଜ’ ରିଲିଫ ଦଳକୁ କୃତଜ୍ଞତା ଜ୍ଞାପନ କରିଥିଲେ। ସମାଜସେବୀ ପ୍ରଶାନ୍ତ ରାଉତ, ଆଶୁତୋଷ ଦାସ(ବାପୁଜୀ), ଶ୍ରୀକାନ୍ତ ଦାସ ପ୍ରମୁଖ ରିଲିଫ ବଣ୍ଟନରେ ସହଯୋଗ କରିଥିଲେ। ଏହା ପରେ କୃଷ୍ଣନଗର ପଞ୍ଚାୟତର ଶୈଳେନ୍ଦ୍ରନଗର, ତାଳଚୁଆ ପଞ୍ଚାୟତର ରାଜେନ୍ଦ୍ରନଗର ଗ୍ରାମର ରାସ୍ତା ପାର୍ଶ୍ବବର୍ତ୍ତୀ ପାଣିଘେରରେ ଥିବା ଲୋକଙ୍କୁ ରିଲିଫ ବଣ୍ଟନ କରାଯାଇଥିଲା। ତାଳଚୁଆ ପଞ୍ଚାୟତ ଶିକାରପାହି ରାସ୍ତା ଅବରୋଧ କରିଥିବା ଗଛଟିକୁ କଟାଇଥିଲେ। ପରେ ‘ସମାଜ’ ରିଲିଫ ଦଳ ପଟ୍ଟାପାରିଆ ବାତ୍ୟାଶ୍ରୟସ୍ଥଳରେ ପହଞ୍ଚି ସେଠାରେ ଥିବା ଲୋକଙ୍କୁ ରିଲିଫ ବଣ୍ଟନ କରିବା ସହିତ ମହିଳାଙ୍କୁ ଶାଢି ପ୍ରଦାନ କରିଥିଲେ। ବାତ୍ୟାଶ୍ରୟସ୍ଥଳରେ ସରକାରୀ ରିଲିଫ ପହଞ୍ଚିବା ପୂର୍ବରୁ ‘ସମାଜ’ ରିଲିଫ ସେଠାରେ ପହଞ୍ଚିଥିବା ସମ୍ପାଦକ ବସନ୍ତ ଦାସ କହିଥିଲେ। ୧୦୭ଟି ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ଏହି ବାତ୍ୟାଶ୍ରୟସ୍ଥଳରେ ବଳରାମ ମଣ୍ଡଳ, ବୃନ୍ଦାବନ ଦଳାଇ, ଶ୍ରୀରାମ ଦଳାଇ, ଶିକ୍ଷକ ରବୀନ୍ଦ୍ର ମାରାଣ୍ଡି ରିଲିଫ ସାମଗ୍ରୀ ବଣ୍ଟନରେ ସହାୟତା କରିଥିଲେ। ବ୍ଲକର ବିଭିନ୍ନ ସ୍ଥାନରେ ରିଲିଫ ବଣ୍ଟନରେ ସମାଜସେବୀ ମହେଶ୍ୱର ମଲ, ପଟ୍ଟାମୁଣ୍ଡାଇ ‘ସମାଜ’ ସମ୍ବାଦଦାତା ପତିତପାବନ ଭଦ୍ର ଓ ରାଜନଗର ସମ୍ବାଦଦାତା ଜଗନ୍ନାଥ ଦାସ ସହଯୋଗ କରିଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories