www.samajalive.in
Wednesday, December 10, 2025
26.1 C
Bhubaneswar

ବାତ୍ୟା ପୂର୍ବରୁ ମିଳିଲାନି ପିଡିଏସ ଚାଉଳ

ଆଠଗଡ: ସମ୍ଭାବ୍ୟ ବାତ୍ୟାକୁ ନେଇ ସମସ୍ତେ ଆଶଙ୍କିତ ଥିବାବେଳେ କେମିତି ଏହି ସମୟରେ ପରିବାର ପାଇଁ ଖାଦ୍ୟପେୟ ବ୍ୟବସ୍ଥା କରିବେ ସେଥିଲାଗି ଚିନ୍ତିତ ଅଛନ୍ତି। ବାତ୍ୟା ପୂର୍ବରୁ ଆଠଗଡ ଅଞ୍ଚଳରେ ପଡି କାର୍ଡଧାରୀଙ୍କୁ ଚାଉଳ ଯୋଗାଣ ପାଇଁ ଯୋଗାଣ ବିଭାଗର ନିର୍ଦେଶ ଅନୁଯାୟୀ ସମସ୍ତ ପିଡିଏସ ଖୁଚୁରା ବିତରକ ଉପଭୋକ୍ତାଙ୍କୁ ଚାଉଳ ଯୋଗାଣ ପାଇଁ ପଦକ୍ଷେପ ନେଇଛନ୍ତି। ତେବେ ମେଘା ପଞ୍ଚାୟତର ଦାସପୁର ଗ୍ରାମର ୯ନଂ ୱାର୍ଡବାସୀ ଏଥିରୁ ବଞ୍ଚିତ ହୋଇଛନ୍ତି। ଦାସପୁରର ୪ଟି ୱାର୍ଡ ମଧ୍ୟରୁ ୩ଟି ୱାର୍ଡର ପ୍ରାୟ ଅଧିକାଂଶ ଖାଉଟିଙ୍କୁ ପିଡିଏସ ଚାଉଳ ବଣ୍ଟନ କରାଯାଇଥିବା ବେଳେ ୯ନଂ ୱାର୍ଡବାସୀ ଚାଉଳ ପାଇନାହାନ୍ତି। ଆସନ୍ନ ବାତ୍ୟା ପୂର୍ବରୁ ସେମାନଙ୍କୁ ଚାଉଳ ଯୋଗାଇ ଦେବାକୁ ସେମାନେ ପିଡିଏସ ଡିଲରଙ୍କୁ ଅନୁରୋଧ କରିବା ସତ୍ତ୍ୱେ ସଂପୃକ୍ତ ଡିଲର ବୁଧବାର ସୁଦ୍ଧା ଚାଉଳ ଦେଲେ ନାହିଁ। ଫଳରେ ସଂପୃକ୍ତ ୱାର୍ଡର ଅଧିବାସୀ ଆଠଗଡ ଆସି ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସହକାରୀ ଯୋଗାଣ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ୩ ମାସର ପିଡିଏସ ଚାଉଳ ଦେଇନଥିଲେ। ସହକାରୀ ଯୋଗାଣ ଅଧିକାରୀଙ୍କ ହସ୍ତକ୍ଷେପ ଓ ନିର୍ଦ୍ଦେଶ ପରେ ସଂପୃକ୍ତ ଡିଲର ମେ ମାସ ପରେ ଚାଉଳ ଯୋଗାଇ ଦେଇଥିଲେ। ଏହିପରି ଭାବରେ ସଂପୃକ୍ତ ପିଡିଏସ ଡିଲର ସବୁବେଳେ ଦାସପୁର ଗ୍ରାମବାସୀଙ୍କୁ ଚାଉଳ ଯୋଗାଇବାରେ ହଇରାଣ ହରକତ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବୁଧବାର ଅଭିଯୋଗ ପାଇବା ପରେ ସହକାରୀ ଯୋଗାଣ ଅଧିକାରୀ ଜଗମୋହନ ଦାସ ସଂପୃକ୍ତ ଡିଲରଙ୍କୁ ତୁରନ୍ତ ଗୁରୁବାର ମଧ୍ୟରେ ତିନିମାସର ପିଡିଏସ ଚାଉଳ ଦାସପୁର ୯ନଂ ୱାର୍ଡର ହିତାଧିକାରୀଙ୍କୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସହକାରୀ ଯୋଗାଣ ଅଧିକାରୀ ବ୍ଲକର ଯୋଗାଣ ନିରୀକ୍ଷକ ମିଥୁନ ବେହେରାଙ୍କୁ ମେଘା ପଞ୍ଚାୟତର ଦାସପୁର ଯାଇ ହିତାଧିକାରୀଙ୍କୁ ଚାଉଳ ଯୋଗାଣ ହେଲା କି ନାହିଁ ତାହା ତଦାରଖ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories