www.samajalive.in
Monday, December 8, 2025
17.1 C
Bhubaneswar

ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ସଙ୍କେତ

ଜନ୍ମ ହୋଇଛ ମାନେ ମୃତ୍ୟୁ ସୁନିଶ୍ଚିନ୍ତ। ଯିଏ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତାର ମୃତ୍ୟୁ ଦିନେ ନା ଦିନେ ହୋଇଥାଏ। ଆମ ଶାସ୍ତ୍ର ଓ ପୁରାଣରେ ମୃତ୍ୟୁ ପୂର୍ବରୁ କିଛି ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି। ଗରୁଡ ପୁରାଣ ଅନୁଯାୟୀ, ମୃତ୍ୟୁ ପୂର୍ବରୁ ବ୍ୟକ୍ତିର ନିକଟତର ହେବାରୁ କିଛି ସଙ୍କେତ ମିଳିଥାଏ ବୋଲି କୁହାଯାଇଛି।

ଆସନ୍ତୁ ଜାଣିବା ସେହି ସଙ୍କେତ ଗୁଡିକ କ’ଣ ..

- Advertisement -

ଯେତେବେଳେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ନିକଟ ହୋଇ ଆସୁଥିବ ସେତେବେ​‌ଳେ ତାଙ୍କର ଛାଇ ଆସ୍ତେ ଆସ୍ତେ ଦୂରେଇ ଯିବା ପରି ଅନୁଭବ ହୋଇଥାଏ। ତାଙ୍କର ଛାଇ ପାଣି କିମ୍ବା ତେଲରେ ଦେଖା ଦେଇନଥାଏ।

ଯେତେବେଳେ ବ୍ୟକ୍ତି ମୃତ୍ୟୁ ଦିନ ପାଖେଇ ଆସେ ସେତେବେଳେ ତାଙ୍କ ପ୍ରିୟଜନମାନେ ତାଙ୍କ ନିକଟକୁ ଆସିବାକୁ ସଙ୍କୋଚ କରିଥାଆନ୍ତି। ତାଙ୍କ ନିକଟରେ କୌଣସି ଅଦୃଶ୍ୟ ବ୍ୟକ୍ତି ରହିଥିବା ପରି ଲାଗିଥାଏ।

ମୃତ୍ୟୁର କିଛି ସମୟ ପୂର୍ବରୁ ବ୍ୟକ୍ତିଙ୍କ ଶରୀରରୁ କିଛି ଅଦ୍ଭୁତ ଗନ୍ଧ ନିର୍ଗତ ହୋଇଥାଏ। ସେହି ଗନ୍ଧ ପୂର୍ବରୁ କେବେ ହୋଇନଥାଏ।

ଆଇନାରେ ନିଜ ମୁହଁ ଦେଖୁଥିଲେ ହଠାତ ଆଉ କାହାର ମୁହଁ ଦେଖାଯିବା ପରି ଲାଗିଲେ ବୁଝି ଯାଆନ୍ତୁ ଯେ, ଆପଣଙ୍କ ମୃତ୍ୟୁ ଦିନ ପାଖେଇ ଆସୁଛି।

କୌଣସି ବ୍ୟକ୍ତି ଚନ୍ଦ୍ରଙ୍କୁ ଦେଖୁଥିଲେ ସେଥିରେ ହାଲୁକା ଫାଟ ସୃଷ୍ଟି ହେବା ପରି ଦେଖା ଦିଏ ତେବେ ତାହା ମୃତ୍ୟୁ ଅତି ନିକଟ ବୋଲି ସଙ୍କେତ ଦେଇଥାଏ।

ଯେତେବେଳେ କୌଣସି ବ୍ୟକ୍ତିଙ୍କ ଶରୀର ହଳଦିଆ କିମ୍ବା ହାଲୁକା ଲାଲ ରଙ୍ଗର ଦେଖାଗଲେ ମୃତ୍ୟୁ ନିକଟ ବୋଲି ସଙ୍କେତ ଦେଇଥାଏ।

ଯେଉଁ ମାନେ ଭଲ କର୍ମ କରି ଥାଆନ୍ତି ତାଙ୍କ ସମ୍ମୁଖରେ ଏକ ଦିବ୍ୟ ଆଲୋକ ପ୍ରକାଶିତ ହୋଇଥାଏ। ସେମାନେ ମୃତ୍ୟୁକୁ ଅତି ନିକଟରୁ ଦେଖି ଭୟଭୀତ ହୋଇନଥାଆନ୍ତି।

ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ଚନ୍ଦ୍ର ଓ ସୂର୍ଯ୍ୟ ଚମକୁଥିବା ପରି ଦେଖା ଦେଇଥାଏ ସେତେବେଳେ ତାଙ୍କ ମୃତ୍ୟୁ ଅତି ନିକଟ ବୋଲି ସଙ୍କେତ ଦେଇଥାଏ।

ବ୍ୟକ୍ତିଙ୍କର ନାକ, ମୁହଁ ଓ ଜିଭ ଟାଣ ଲାଗିଲେ ବୁଝି ଯାଆନ୍ତୁ ଯେ ଆପଣଙ୍କ ମୃତ୍ୟୁ ନିକଟରେ ଅଛି।

ମୃତ୍ୟୁ ସମୟ ନିକଟକୁ ଆସିଲେ ଆଖିର ଦୃଷ୍ଟିଶକ୍ତି କ୍ଷୀଣ ହୋଇଯାଏ। ଆଖପାଖରେ ବସିଥିବା ଲୋକ ମଧ୍ୟ ସେମାନଙ୍କୁ ଦେଖା ଯାଇନଥାଆନ୍ତି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories