www.samajalive.in
Friday, December 12, 2025
19.1 C
Bhubaneswar

କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ

 ଗୋପାଳପୁର: କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ସୋମବାର ଲଘୁଚାପର ରୁପ ନେବ। ପରେ ବାତ୍ୟାର ରୂପ ନେବା ପରେ ଉତ୍ତର, ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି। ତାହାର ପ୍ରଭାବରେ ଗଞ୍ଜାମ ଜିଲାକୁ ସୋମବାର ୱେଲୋ ୱାରିଙ୍ଗ ଜାରି କରିବା ସହ ଘଡ଼ଘଡ଼ି ବିଜୁଳି  ସହ କିଛି କିଛି ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।  ବୁଧବାର ୱେଲୋ ୱାରିଙ୍ଗ ରହିଥିବାରୂ ପ୍ରବଳରୂ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗୁରୁବାର ଓ ଶୁକ୍ରବାର ରେଡ ୱାର୍ଣ୍ଣିଙ୍ଗ ରହୁଥିବା ହେତୁ ପ୍ରବଳରୂ ଅତି ପ୍ରବଳ ବର୍ଷା ରହିବ।
ତେଣୁ ସୋମବାର ଠାରୁ ଶନିବାର  ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ମଧ୍ୟକୁ  ମତ୍ସ୍ୟଜୀବୀଙ୍କୁ ଯିବାକୁ ପ୍ରଶାସନ ପକ୍ଷରୁ ବାରଣ ହୋଇଛି। ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ଅଂଚଳରେ ସଜାଗ ରହିବା ସହ ଗୋପାଳପୁର ଏନ ଏ ସି କର୍ମଚାରୀଙ୍କ ଛୁଟି ବାତିଲ କରି କାର୍ଯ୍ୟାଳୟ ପରିସରରେ ରହିବାକୁ କୁହାଯାଇଛି। ଏ ନେଇ ଗୋପାଳପୁର କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କ ସହ ଯୋଗାଯୋଗ ବେଳେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିର୍ଦ୍ଧେଶ କ୍ରମେ ବାତ୍ୟାକୁ ନଜରରେ ରଖି ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି।
ଏହାସହ ବାତ୍ୟା ଆଶ୍ରୟ ସ୍ଥଳିକୁ ସଫା ସୁତରା କରିବା ସହ ଆଲୋକୀ କରଣ, ପାନୀୟ ଜଳ ବ୍ୟବସ୍ଥା ଆଦି ବ୍ୟବସ୍ଥା ହୋଇଥିବା ବେଳେ ଦରକାର ପଡିଲେ ନୂତନ ବସଷ୍ଟାଣ୍ଡକୁ ବ୍ୟବହାର କରାଯିବ ବୋଲି କହିବା ସହ ଆସନ୍ତା କାଲି କାର୍ଯ୍ୟାଳୟ ପରିସରରେ କର୍ମଚାରୀ ଏବଂ ସମସ୍ତ କାଉସିଲର ମାନଙ୍କୁ ଏକ ଜରୁରୀ ବୈଠକ କରାଯିବ ବୋଲି କହିଛନ୍ତି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories