www.samajalive.in
Saturday, December 13, 2025
15.1 C
Bhubaneswar

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଲେ ପ୍ରିୟଦର୍ଶିନୀ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମର ବାସିନ୍ଦା ତଥା ଏବେ ସଦର ଏବିଡ଼ିଓ ଭାବେ କାର୍ଯ୍ୟରତ ଭାଗବତ ନାଏକଙ୍କ ଏକମାତ୍ର କନ୍ୟା ପ୍ରିୟଦର୍ଶିନୀ ନାଏକ ଚଳିତ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଛନ୍ତି। ସେ ୬୫୮ ରାଙ୍କରେ ଅଛନ୍ତି। ପିଲାଟି ଦିନରୁ ମେଧାବୀ ଛାତ୍ରୀ ଭାବେ ସେ ହିଞ୍ଜିଳିକାଟୁ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରୁ ମାଟ୍ରିକ ପାସ କରିବା ପରେ ବ୍ରହ୍ମପୁରରେ ଯୁକ୍ତ ଦୁଇ, ଭୁବନେଶ୍ୱର କମଳା ନେହେରୁ ମହିଳା ମହାବିଦ୍ୟାଳୟରୁ ଯୁକ୍ତ ତିନି ଏବଂ ଓୟୁଏଟି ଭୁବନେଶ୍ୱରରୁ ଜୀଵ ବିଜ୍ଞାନରେ ପିଜି କରିଥିବା ପ୍ରିୟଦର୍ଶିନୀ ପ୍ରତି ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାପରେ ଅନଲାଇନରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ କୋଚିଂ ନେଉଥିଲେ। ପିତା ଭାଗବତ ଓ ମାତା କୁନ୍ତଳାଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ମଧ୍ୟରେ ସେ ଜ୍ୟେଷ୍ଠ ସନ୍ତାନ। ନିଜର ସଫଳତାର ଶ୍ରେୟ ପଛରେ ମାତାପିତାଙ୍କ ପ୍ରେରଣା ଓ ଈଶ୍ୱରଙ୍କ କୃପାକୁ ସେ ଶ୍ରେୟ ଦେଇଛନ୍ତି। ମାନବ ସେବା ହିଁ ମାଧବ ସେବା ତାଙ୍କ ଜୀବନରେ ଆଦର୍ଶ ବୋଲି ପ୍ରିୟଦର୍ଶିନୀ ମତ ରଖିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories