www.samajalive.in
Saturday, December 6, 2025
26.1 C
Bhubaneswar

ସାମ୍ନାକୁୁ ଆସିଲା ‘ଜାଟ୍‌‌’ର ପୋଷ୍ଟର; ଦମଦାର ଲୁକରେ ନଜର ଆସିଲେ ସନ୍ନି

ସମାଜ ଡିଜିଟାଲ ଡେସ୍କ: ବଲିଉଡ ଷ୍ଟାର ସନ୍ନି ଦେଓଲଙ୍କ ଆଜି ଜନ୍ମଦିନ। ପ୍ରଶଂସକ ଓ ନିଜର ଲୋକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ସନ୍ନି ବଡ ଉପହାର ଦେଇଛନ୍ତି। ନିଜର ଅପକମିଂ ଫିଲ୍ମ ‘ଜାଟ୍‌‌’ର ପୋଷ୍ଟର ଇନଷ୍ଟାଗ୍ରାମ ଆକାଉଣ୍ଟରେ ରିଲିଜ କରିଛନ୍ତି ସନ୍ନି। ପୋଷ୍ଟରରେ ସନ୍ନି ଦେଓଲ ଦମଦାର ଲୁକରେ ନଜର ଆସିଛନ୍ତି। ପୂର୍ବରୁ ‘ଗଦର’ ଫିଲ୍ମରେ ଟିୱେଲ୍‌‌ ଉପାଡି ମାରପିଟ କରୁଥିବା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ‘ଜାଟ୍‌‌’ ଫିଲ୍ମରେ ସେ ପଙ୍ଖା ଉପାଡିବାର ଦୃଶ୍ୟ ଦେଖିବାକୁ ମିଳିବ। ପୋଷ୍ଟରରେ ଦେଖିବାକୁ ମିଳିଛି ଯେ ସନ୍ନି ପ୍ରବଳ ରାଗି ଥିବା ବେଳେ ତାଙ୍କ ହାତରେ ଏକ ବଡ ସିଲିଂ ଫ୍ୟାନ୍‌‌ ରହିଛି। ଲାଗୁଛି ଯେମିତି ସେ କାହାକୁ ମାରିବା ପାଇଁ ଏହି ଫ୍ୟାନ୍‌‌ କୁ ଉପାଡି ଆଣିଛନ୍ତି। ଏହା ଫିଲ୍ମର ଏକ ଦମଦାର ଦୃଶ୍ୟ ହୋଇପାରେ। ଫିଲ୍ମର ପୋଷ୍ଟର ରିଲିଜ ହେବା ପରେ ପ୍ରଶଂସକମାନେ ଏହାକୁ ଦେଖି କହିଛନ୍ତି ଯେ ସନ୍ନିଙ୍କୁ ପୁଣି ଥରେ ଆକ୍ସନ ଭୂମିକାରେ ଦେଖିବାକୁ ମିଳିବ। ୨୦୨୫ ସାଧାରଣତନ୍ତ୍ର ଦିବସ ଅବସରରେ ଫିଲ୍ମଟି ରିଲିଜ ହେବାର ଅଛି। ଖୁବଶୀଘ୍ର ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ଘୋଷଣା ହେବ ବୋଲି ଆଶା କରାଯାଉଛି।

 

View this post on Instagram

 

A post shared by Sunny Deol (@iamsunnydeol)

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories