www.samajalive.in
Wednesday, December 10, 2025
18.1 C
Bhubaneswar

୬୩ ବର୍ଷରେ ପଦ୍ମପୁର ଗଜଲକ୍ଷ୍ମୀ ପୂଜା 

କେନ୍ଦୁଝରଗଡ଼: କେନ୍ଦୁଝର ସଦର ବ୍ଲକ ପଦ୍ମପୁର ଅଞ୍ଚଳ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜୋତ୍ସବ ପାଇଁ ବେଶ୍‌‌ ଉତ୍ସବମୁଖର ହୋଇଉଠିଛି। ଚଳିତବର୍ଷକୁ ମିଶାଇ ଏଠାରେ ଦୀର୍ଘ ୬୩ ବର୍ଷ ଧରି ଅନୁଷ୍ଠିତ ଏହି ପୂଜୋତ୍ସବକୁ ମନଭରି ଉପଭୋଗ ପାଇଁ ପଦ୍ମପୁର ସମେତ ଆଖପାଖ ୧୦ରୁ ଊର୍ଦ୍ଧ୍ବ ପଞ୍ଚାୟତବାସୀ ବର୍ଷତମାମ୍‌‌ ଚାହିଁ ରହିଥାନ୍ତି। ମହାଲକ୍ଷ୍ମୀ ପୂଜା କମିଟି ପଦ୍ମପୁର ପକ୍ଷରୁ ପୂଜାପଡ଼ିଆଠାରେ ଆୟୋଜିତ ଏହି ପୂଜୋତ୍ସବ ପ୍ରତିବର୍ଷ ଧୁମଧାମ୍‌‌ରେ ପାଳନ ହୋଇ ଆସୁଥିବାବେଳେ ଚଳିତବର୍ଷ ମଧ୍ୟ ବେଶ୍‌‌ ଆକର୍ଷଣୀୟ ଢଙ୍ଗରେ ପାଳନ କରାଯାଉଛି। ବୁଧବାର ସକାଳୁ ଏହି ପୂଜୋତ୍ସବ ଯଥାବିଧି ଆରମ୍ଭ ହୋଇଛି। ଚଳିତମାସ ୧୭ ଓ ୧୮ ତାରିଖ ଦୁଇଦିନ ଧରି କଟକର ଜଗନ୍ନାଥ ଡ୍ୟାନ୍ସ ଗ୍ରୁପ୍‌‌ ପକ୍ଷରୁ ନୃତ୍ୟଗୀତ ପରିବେଷଣ ହେବାକୁ ଥିବାବେଳେ ୧୯ରୁ ୨୩ତାରିଖ ପର୍ଯ୍ୟନ୍ତ ୫ ଦିନବ୍ୟାପୀ ଅପେରା ‘କଳିଙ୍ଗ ଗଣନାଟ୍ୟ’ ପ୍ରଦର୍ଶିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଆସନ୍ତା ୨୫ ତାରିଖ ଭସାଣି ପର୍ଯ୍ୟନ୍ତ ୧୦ଦିନବ୍ୟାପୀ ପ୍ରତି ସନ୍ଧ୍ୟାରେ ମୀନାବଜାର ଆୟୋଜନ ପୂଜାବଜାରକୁ ଅଧିକ ସରଗରମ କରିଛି। ଶାନ୍ତିଶୃଙ୍ଖଳା ରକ୍ଷା କରି ଏହି ପୂଜୋତ୍ସବକୁ ଆନନ୍ଦଉଲ୍ଲାସର ସହ ପାଳନ ପାଇଁ ପୂଜା କମିଟି ସଭାପତି ବିଜୟ କୁମାର ସାହୁ, ଉପସଭାପତି ନାରାୟଣ ଚନ୍ଦ୍ର ସାହୁ, ସମ୍ପାଦକ ଉତ୍ତମ କୁମାର ସାହୁ, ପୂଜା କମିଟି ସଦସ୍ୟ ପ୍ରବୀଣ କୁମାର ସାହୁ, ମନୋରଞ୍ଜନ ସାହୁ, ସିଦ୍ଧାର୍ଥ କୁମାର ସାହୁ ପ୍ରମୁଖ ଅନୁରୋଧ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories