www.samajalive.in
Saturday, December 6, 2025
26.1 C
Bhubaneswar

ବଡ ଧରଣର ସାଇବର ଠକେଇ ପାଇଁ ପ୍ରି ପ୍ଲାନ୍‌‌; ଚଢାଉ କଲା ସାଇବର ଟିମ୍‌‌

ସମାଜ ଡିଜିଟାଲ ଡେସ୍କ: ରାଜଧାନୀରେ ବଡ ଧରଣର ସାଇବର ଠକେଇ ପାଇଁ ଚାଲିଥିବା ପ୍ରି ପ୍ଲାନ୍‌‌। ସୁନ୍ଦରପଦା ସ୍ଥିତ କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଚଢାଉ କରିଛି କମିଶନରେଟ ପୁଲିସର ସାଇବର ଟିମ୍‌‌। ଚଢାଉ ବେଳେ ଅନେକ ଡିଜିଟାଲ ଡିଭାଇସ୍‌‌ ଠାବ ହେବା ସହ କିଛି ଲାପଟପ୍‌‌ ଓ ମୋବାଇଲ ଜବତ ହୋଇଛି। ଏହା ସହିତ ୬ଜଣଙ୍କୁ ଅଟକ ରଖିଛି ପୁଲିସ। ଘଟଣାରେ ଏହି ୬ଜଣଙ୍କୁ ରିମାଣ୍ଡରେ ନିଆଯାଇ ପଚରାଉଚରା କରାଯିବ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି। ଏହି ୬ଜଣ କଲକାତା ଅଞ୍ଚଳର ହୋଇଥିବା ବେଳେ ଆଉ କିଏ ତାଙ୍କ ସହିତ ଅଛନ୍ତି ସେନେଇ ଜେରା କରାଯିବ। ଅଧିକ ତଦନ୍ତ ପାଇଁ ଟେକ୍ନିକାଲ ଟିମର ସାହାଯ୍ୟ ନିଆଯାଉଛି। ରାଜ୍ୟ ଓ ରାଜ୍ୟ ବାହାରର ଲୋକଙ୍କୁ ଲିଙ୍କ୍‌‌ ପଠାଇ ଏମାନେ ଠକେଇ କରୁଥିଲେ ବୋଲି ଡିସିପି କହିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories