‘ସୁଭଦ୍ରା’ ତ୍ରୁଟି ଥିଲେ ଫୋନ୍ ଯିବ: ପ୍ରଭାତୀ

ଭୁବନେଶ୍ବର : ‘ସୁଭଦ୍ରା’ ତ୍ରୁଟି ଥିଲେ ଫୋନ୍ ଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯଦି କୌଣସି ଯୋଗ୍ୟ ହିତାଧିକାରୀ ଟଙ୍କା ପାଇନଥିବେ କିମ୍ବା ଆବେଦନରେ କୌଣସି ତ୍ରୁଟି ଥିବ ତେବେ ତାଙ୍କ ପାଖକୁ ପଞ୍ଜୀକୃତ ନମ୍ବରରେ ଫୋନ୍ ଯିବ । ବ୍ଲକସ୍ତରରେ ଯାଞ୍ଚ ହେବ । ଅଙ୍ଗନବାଡି କର୍ମୀ ଘରକୁ ଘର ଯାଇ ବୁଝାବୁଝି କରିବେ । ଶେଷ ହିତାଧିକାରୀ ଯାଏଁ ସମସ୍ତ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରାର ସୁବିଧା ମିଳିବ । ଆଜି ଯାଏଁ ୧ କୋଟି ୬୦ ହଜାର ମହିଳା ଆବେଦନ କରିସାରିଲେଣି ।

Comments are closed.