www.samajalive.in
Monday, December 8, 2025
17.1 C
Bhubaneswar

ଟଳିଲା ବିପଦ, ୧୪୦ ଜୀବନ ସୁରକ୍ଷିତ – ବିମାନକୁ ନିରାପଦ ଅବତରଣ କରାଇଲେ ପାଇଲଟ

ଡ଼େସ୍କ: ମଝି ଆକାଶରେ ବାଜି ଲାଗିଥିଲା ୧୪୦ ଜୀବନ। କିଛି ବି ଅଘଟଣ ହେବାର ସମ୍ଭାବନା ଥିଲା କିନ୍ତୁ ଏୟାର ଇଣ୍ଡିଆ ବିମାନର ପାଇଲଟ ସଫଳତାର ସହ ବିମାନକୁ ଅବତରଣ କରାଇଛନ୍ତି। ସମସ୍ତ ୧୪୦ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବିମାନଟି ୩ ଘଣ୍ଟା ଧରି ବିମାନବନ୍ଦର ଉପରେ ଇନ୍ଧନ ସରିବା ଯାଏଁ ଚକ୍କର କଟିଥିଲା।

ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ତ୍ରିଚି ବିମାନ ବନ୍ଦରରୁ ଶାରଜାହ ଯାଉଥିବା ଏୟାର ଇଣ୍ଡିଆ ବିମାନ AXB613ରେ ତ୍ରୁଟି ଦେଖାଦେଇଥିଲା। ବିମାନରେ ଥିବା ହାଇଡ୍ରୋଲିକ ବ୍ୟବସ୍ଥା କାର୍ଯ୍ୟ କରୁନଥିବା ପାଇଲଟ ବିମାନବନ୍ଦର କର୍ତୃପକ୍ଷଙ୍କୁ ଜଣାଇଥିଲେ ଓ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ।

- Advertisement -

ଆଜି ସନ୍ଧ୍ୟା ୫.୪୦ ମିନିଟରେ ସମ୍ପୃକ୍ତ ଏୟାର ଇଣ୍ଡିଆ ବିମାନ ଉଡାଣ କରିଥିଲା। ତେବେ ଉଡାଣ ବେଳେ କୌଣସି ଅସୁବିଧା ହୋଇନଥିବା ବେଳେ ଉଡାଣ କରିବାର କିଛି ସମୟ ପରେ ପାଇଲଟ ହାଇଡ୍ରୋଲିକ ବ୍ୟବସ୍ଥାରେ ସମସ୍ୟା ଥିବା ଜାଣିପାରିଥିଲେ ଓ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ବିମାନରେ ୧୪୦ ଜଣ ଯାତ୍ରୀ ଓ ୨୦ ଜଣ ବିମାନ କର୍ମଚାରୀ ଥିଲେ।

ବିମାନ ଉଡାଣ ଓ ଅବତରଣ ସମୟରେ ଚକ ଆପେ ବାହାରି ଥାଏ ଓ ପୁଣି ଭିତରକୁ ପ୍ରବେଶ କରିଥାଏ। ଯଦି ତାହା ଠିକ ଭାବରେ କାମ ନ କରେ ସେ କ୍ଷେତ୍ରରେ ଇନ୍ଧନ ସରିବା ଯାଏଁ ବିମାନକୁ ଉଡାଇ ରଖିବାକୁ ପଡିବ ଓ ଶେଷରେ ଆବଶ୍ୟକ ପଡିଲେ କ୍ରାସ ଲ୍ୟଣ୍ଡିଙ୍ଗ କରାଯିବ। କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ତ୍ରିଚି ବିମାନବନ୍ଦରରେ ୪୦ଟି ଆମ୍ବୁଲାନ୍ସ ସମେତ ଅଗ୍ନିଶମ ବିଭାଗ, ଉଦ୍ଧାରକାରୀ ଦଳ ଓ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories