www.samajalive.in
Tuesday, December 9, 2025
16.1 C
Bhubaneswar

କଂଗ୍ରେସ, ବିଜେପି ଓ ଏବେ ଛାଡିଲେ ବିଜେଡି, କୁଆଡେ ଯିବେ ପ୍ରକାଶ ବେହେରା

ଡେସ୍କ: ପ୍ରଥମେ କଂଗ୍ରେସରେ ଥିଲେ, ତା ପରେ ବିଜେପିରେ ଯୋଗ ଦେଲେ, ପୁଣି ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ ହେଲେ ଆଜି ବିଜେଡିରୁ ବି ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା। ବିଜେଡି ନେତା ତଥା ବାରବାଟୀ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପାର୍ଥି ଆଜି ବିଜେଡିକୁ କରିଛନ୍ତି ବାଏ ବାଏ। ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ସେ ଇସ୍ତଫା ପତ୍ର ପଠାଇଛନ୍ତି। ଗତ ନିର୍ବାଚନରେ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ପ୍ରକାଶ ଓ ପରାଜୟ ମଧ୍ୟ ହୋଇଥିଲେ। ତେବେ ପ୍ରକାଶ ବେହେରାଙ୍କ ରାଜନୈତିକ କ୍ୟାରିୟର କହିଲେ ସେ ୨୦୦୦ ମସିହାରୁ କଟକ ସାଲେପୁର ନିର୍ବାଚନ ମୈଦାନରେ ଲଢେଇ କରି ଆସୁଛନ୍ତି। ୨୦୧୪ ମସିହାରେ କଂଗ୍ରେସରୁ ବିଧାୟକ ଭାବରେ ଜିତିଲା ପରେ ୨୦୧୯ରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ। ପରେ ବିଧାୟକ ଟିକେଟ ପାଇ ସାଲେପୁରରୁ ନିର୍ବାଚନ ଲଢ଼ି ହାରିଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ଦଳରେ ମିଶି ବାରବାଟୀ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ତେବେ ବର୍ତ୍ତମାନ ସେ କେଉଁ ଦଳ ମୁହାଁ ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories