ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଫୁଲବାଣୀ: ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ଅବସରରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡି ଉତ୍କଳମଣି ଯୁବକ ସଂଘ ତରଫରୁ ୨୮ତମ ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ସ୍ଥାନୀୟ ସରପଞ୍ଚ ଦମୟନ୍ତୀ ମଲ୍ଲିକ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପବିତ୍ର ସରପଞ୍ଚ ସଞ୍ଜୀବ ଲୋଚନ ପ୍ରଧାନ, ବଲସକୁମ୍ପା ମଣ୍ଡଳ ସଭାପତି ରାଜେନ୍ଦ୍ର ବେହେରା, ଲ୍ୟାମ୍ପ୍.ସିଏ.ଶ୍ ଏମ ଡି ପ୍ରଦୀପ ସେଠୀ, ସମାଜସେବୀ ବିକାଶ ଦିଗାଲ, କିଶୋର ଚନ୍ଦ୍ର କହଁର ପ୍ରମୁଖ ଯୋଗଦେଇ ଥିଲେ। କମିଟି ତରଫରୁ ମଞ୍ଚରେ ବୁଢ଼ାଦାନି ଏବଂ ସିଡ଼ିଂ ମ୍ୟାନେଜର ଉତ୍ତରୀୟ ଦେଇ ସମ୍ମାନିତ କରିବା ସହିତ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ୮ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ମ୍ୟାଚ୍ ବୁଢ଼ାଦାନି ଓ ସିଦିଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିଦିଂ ଦଳକୁ ଟାଇବ୍ରେକରରେ ହରାଇ ବୁଢ଼ାଦାନି ଦଳ ଚାମ୍ପିୟାନ ହୋଇଥିଲା। ବିଜେତା ଓ ଉପବିଯେତା ଦଳକୁ ଟ୍ରଫି ସହିତ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

Comments are closed.