www.samajalive.in
Sunday, December 7, 2025
15.1 C
Bhubaneswar

ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ : ଆଜିର ରାଶିଫଳ

ମେଷ: ନାନା ସୁଖ ଓ ବିଶାଳ ଯଶର ଅଧିକାରୀ ହୋଇପାରନ୍ତି। ବ୍ୟବସାୟରେ ରାତାରାତି ଲାଭବାନ୍‌ ହୋଇପାରନ୍ତି। ଦାନଧର୍ମରେ ନିୟୋଜିତ ହେବେ। ଶତ୍ରୁ ପକ୍ଷଙ୍କୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ।
ବୃଷ: ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ବିଜୟ ଭାବ ପ୍ରକଟିତ ହେବ। ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଦ୍ବିଜାନୁରକ୍ତ ହେବେ। ଦୃଢ଼ ପୌରୁଷ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। ସୁଖୀ ଜୀବନ ବିତାଇବେ।
ମିଥୁନ: ଜୀବନରେ ଦାନକୁ ବ୍ରତଭାବେ ଗ୍ରହଣ କରିପାରନ୍ତି। ସନ୍ମାର୍ଗୀ ହେଲେ ଅଭୀଷ୍ଟ ସିଦ୍ଧ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ହେବା ସହ ଧନାଗମ ହେବାର ସମ୍ଭାବନା ରହିଛି। ସପତ୍ନୀକ ଉଦ୍ୟୋଗୀ ହେବେ।

କର୍କଟ: ଗୁୁରୁ କୃପା ଲାଭ କରିପାରନ୍ତି। ଦୂର ଭ୍ରମଣ ବ୍ୟର୍ଥ ହୋଇପାରେ। ସର୍ବ ସୁଖ ମିଳିବାର ସୂଚିତ ହେଉଛି। କାମୀ ନ ହୋଇ ପ୍ରେମୀ ହେବାକୁ ପଡ଼ିବ। ସ୍ବାଭିମାନୀ ହେବେ। ଆର୍ଥିକ ସ୍ରୋତ ପ୍ରବାହିତ ହେବ।

- Advertisement -

ସିଂହ: ପରିବାରକୁ ମାତୃବତ ଜ୍ଞାନ କରିବାକୁ ପଡ଼ିବ। ବେଳେବେଳେ ମନରେ କାତରତା ଭାବ ଜାତ ହୋଇପାରେ। ଭୋଗପ୍ରିୟ ହୋଇପାରନ୍ତି। ନିଷ୍କପଟ ମନୋଭାବ ନେଇ ସେବକ ଶ୍ରେଷ୍ଠ ହେବେ।

କନ୍ୟା:  ସ୍ବାଧୀନଭାବେ ନିଜ ଗୋଡ଼ରେ ଛିଡ଼ା ହେବା ପୂର୍ବରୁ ନିର୍ଭରଶୀଳ ହୋଇପାରନ୍ତି। ରୋଗ ପୀଡ଼ା ହେତୁ ଶରୀର କ୍ଷୀଣ ହୋଇପାରେ। ଭ୍ରାତୃ ସହାୟତା ସମୟ ଉପଯୋଗୀ ହେବ। ଦାମ୍ପତ୍ୟ ସୁଖ ମିଳିପାରେ।
ତୁଳା:ପୁତ୍ର ସୁଖ ମିଳିବା କଷ୍ଟଦାୟକ ହେବ। ବଳହୀନ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧ୍ୟବସାୟ ଓ ପରିଶ୍ରମ ବଳରେ ବିଦ୍ୟାଧ୍ୟାୟୀ ହେବେ। ଈଶ୍ବର ବିଶ୍ବାସୀ ହେବେ।
ବିଛା:ସଦାସର୍ବଦା ପୌରୁଷ ପଣିଆ ବଜାୟ ରଖିବେ। ସକଳ ଗୁଣଯୁକ୍ତ, ସୁଶ୍ରୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଦାନଧର୍ମରେ ଦୀକ୍ଷିତ ହେବେ। ସର୍ବଗୁଣମୟ ହେବେ।
ଧନୁ: ନିରୀହ ସ୍ବଭାବର ହେବେ। ପ୍ରମାଦହୀନ ହୋଇପାରନ୍ତି। ବହୁ ସାଧୁ ସେବା କରି କୃତାର୍ଥ ହେବେ। ପ୍ରଭୂତ ମିତ୍ରଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। କାବ୍ୟ କବିତା ରଚନା କରିପାରନ୍ତି। ସୁଖୀ ଜୀବନ ବିତାଇବେ।
ମକର:ବିବାଦୀୟ ହୋଇପାରନ୍ତି। ବିବେକାନୁମୋଦିତ କୁକର୍ମରୁ ଓହରି ଆସିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବାର ସୂଚନା ମିଳୁଛି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ:ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତ ହେବାର ସୂଚନା ମିଳୁଛି। ସୁଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ରାଜତୁଲ୍ୟ ହୋଇପାରନ୍ତି। ନୀତିନିଷ୍ଠ ଓ କୀର୍ତ୍ତିମାନ୍‌ ହେବେ। ପରୋପକାରୀ ହୋଇପାରନ୍ତି।
ମୀନ: ଥଣ୍ଡାକଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଏକାନ୍ତ ସାଧନା ଫଳବତୀ ହେବ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି​‌ବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories