www.samajalive.in
Friday, December 12, 2025
19.1 C
Bhubaneswar

ବିଦ୍ୟାଳୟ ଅର୍ଥ ଆତ୍ମସାତ ଅଭିଯୋଗ ଆଣିଲା ପରିଚାଳନା କମିଟି

ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ପଣ୍ଡକାମାଲ ପଞ୍ଚାୟତ ଅଧୀନ ତୁଜୁଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଆସୁଥିବା ଅର୍ଥ ଆତ୍ମସାତ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ପ୍ରଧାନଶିକ୍ଷକଙ୍କ ନାମରେ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି।

ଅଭିଯୋଗ​‌ରେ ଦର୍ଶାଯାଇଛି ଯେ, ଗତ ତିନିବର୍ଷ ହେଲା ବିଦ୍ୟାଳୟକୁ ଆସୁଥିବା ବିଭିନ୍ନ ଅର୍ଥ ଆତ୍ମସାତ କରାଯାଉଛି। ଦୁଇଜଣ ସହକାରୀ ଶିକ୍ଷକ କାର୍ଯ୍ୟରେ ଅବହେଳା କରୁଛନ୍ତି। ବିଦ୍ୟାଳୟରେ ୧୩୦ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ପ୍ରତିଦିନ ୫୦/୬୦ ଜଣ ଉପସ୍ଥିତ ରୁହନ୍ତି। କିନ୍ତୁ ପ୍ରତିଦିନ ୧୨୯ ଜଣଙ୍କ ମଧ୍ୟାହ୍ନ ଭୋଜନ ପଡ଼ୁଥିବା ବେଳେ ଏହି ଅର୍ଥ ଆତ୍ମସାତ କରାଯାଉଛି। ପ୍ରତି ମାସରେ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ନ କରି ଘର ଘର ବୁଲି ଦସ୍ତଖତ କରୁଛନ୍ତି, ବିଦ୍ୟାଳୟ ବଗିଚାରେ ଛାତ୍ରଛାତ୍ରୀଙ୍କୁ କାମରେ ଲଗାଇ ସହକାରୀ ଶିକ୍ଷକ ନିଜ ଘରକୁ ପନିପରିବା ନେଉଛନ୍ତି ବୋଲି ପଣ୍ଡକାମାଲ ସରପଞ୍ଚ ରୀନା ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଞ୍ଜିତା ନାଏକ, ସମ୍ପାଦକ ରବି ସାହୁ, ସୁବୋଧ ସୁନା, ଡାଳିମ୍ବ ସାହୁଙ୍କ ସମେତ ଗ୍ରାମବାସୀମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦେଇଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ଦିବାକର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ସମସ୍ତ ଅଭିଯୋଗ ଭିତ୍ତିହୀନ। ମଧ୍ୟାହ୍ନଭୋଜନ ଯୋଗାଣ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଆସୁଥିବାବେଳେ ବାହାରୁ ଆସୁଥିବା ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଖାଇବାକୁ ଦିଆଯାଏ। ତେଣୁ ସେଭଳି କରାଯାଏ।

- Advertisement -

ଅନ୍ୟପଟେ ଯଦି ଆଗାମୀ ୧୫ ଦିନ ମଧ୍ୟରେ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରା ନ ଯାଏ ତା’ହେଲେ ବିଦ୍ୟାଳୟରେ ତାଲା ବନ୍ଦ କରି ଆନ୍ଦୋଳନ କରିବୁ ବୋଲି ପରିଚାଳନା କମିଟି ଚେତାବନୀ ଦେଇଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories