ଅନୁଗୁଳ : ରେଙ୍ଗାଲି ଜଳ ଭଣ୍ଡାରର ମାଙ୍କଡଚୁଆ ଗ୍ରାମ ନିକଟରେ ଏକ କଲରାପତରିଆ ବାଘର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ବାଘଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୂଚନାଯୋଗ୍ୟ ଯେ, ବୁଧବାର ସକାଳେ କିଛି ଲୋକେ ଡ୍ୟାମ ନିକଟକୁ ଯାଇଥିବା ବେଳେ ବାଘର ମୃତଦେହ ଭାସୁଥିବାର ଦେଖିଥିଲେ। ତାପରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି।
Popular Categories



