ୱାଶିଂଟନ୍: ଭାରତୀୟ ବଂଶୋଦ୍ଭବ ତଥା ପେପ୍ସିକୋର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇନ୍ଦ୍ରା ନୁଇ ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ସଭାପତି ପଦ ଅଳଂକୃତ କରିପାରନ୍ତି। ହ୍ୱାଇଟ୍ ହାଉସ୍ ପକ୍ଷରୁ ନୁଇଙ୍କ ନାମ ପ୍ରସ୍ତାବ ଦିଆଯାଇଥିବା ଆମେରିକାରୁ ପ୍ରକାଶିତ ଏକ ଖବରକାଗଜ ଦାବି କରିିଛି।
ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ଦୌଡ଼ ପଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କ ନାମ ଶୁଣାଯାଥିଲେ ମଧ୍ୟ ଇଭାଙ୍କା ହିଁ ନୁଇଙ୍କୁ ପସନ୍ଦ କରିଥିବା ସେ ଟୁଇଟରରେ ଉଲ୍ଲେଖ କରିଛନ୍ତି। ଏବେ ଇଭାଙ୍କା ବିଶ୍ୱ ବ୍ୟାଙ୍କ ସଭାପତି ପ୍ରାର୍ଥୀ ଚୟନ କମିଟିରେ ସଦସ୍ୟ ଅଛନ୍ତି। ବର୍ତ୍ତମାନର ବିଶ୍ୱ ବ୍ୟାଙ୍କ ମୁଖ୍ୟ ଜିମ୍ ୟୋଙ୍ଗ କିମ୍ ଫେବୃଆରୀ ମାସରେ ପଦ ଛାଡ଼ିବା ନେଇ ସୂଚନା ଦେଇଛନ୍ତି। ସେ ସେହି ପଦରେ ଆହୁରି ତିନି ବର୍ଷ ପର୍ଯ୍ୟନ୍ତ ରହିଥାନ୍ତେ। କିନ୍ତୁ ଏକ ଘରୋଇ ନିବେଶକ ସଂସ୍ଥାରେ ଯୋଗ ଦେବାକୁ ଯାଉଥିବାରୁ ସେ ଇସ୍ତଫା ଦେଇଥବା ଜିମ୍ କହିଛନ୍ତି।
ଇନ୍ଦ୍ରା ନୁଇ ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ!
Popular Categories



