www.samajalive.in
Monday, December 8, 2025
27.1 C
Bhubaneswar

୧୯ବର୍ଷ ପରେ ବଲିଉଡ଼କୁ ଫେରୁଛନ୍ତି ଅମିରଙ୍କ ଭାଇ ଫୈଜଲ ଖାନ୍‍

ମୁମ୍ବଇ : ବଲିଉଡ଼ ଅଭିନେତା ଅମିର ଖାନଙ୍କ ଭାଇ ଅଭିନେତା ଫୈଜଲ ଖାନ୍‍ ୧୯ବର୍ଷ ପରେ ପୁଣି ଚଳଚ୍ଚିତ୍ର ଜଗତକୁ ଫେରୁଛନ୍ତି। ତାଙ୍କୁ ଶେଷ ଥର ପାଇଁ ୨୦୦୦ମସିହାରେ ‘ମେଲା’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ, ସେ ‘ଫ୍ୟାକ୍ଟ୍ରି’ ନାମକ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ଼କୁ ପ୍ରତ୍ୟାବର୍ତ୍ତନ କରିବେ। ଏହି ଚଳଚ୍ଚିତ୍ରରେ ସେ ଅଭିନୟ କରିବା ସହ ଗୀତ ମଧ୍ୟ ଗାଇବେ। ଫୈଜଲ ଚଳଚ୍ଚିତ୍ରରେ ‘ଇଶ୍କ ତେରା…’ ଗୀତଟି ଗାଇବେ।

image courtesy-Stardust

ଉଲ୍ଲେଖଯୋଗ୍ୟ, ‘ମେଲା’ ଚଳଚ୍ଚିତ୍ରରେ ଫୈଜଲ୍‍ ଭାଇ ଅମିର ଖାନ୍‍ ଓ ଟ୍ୱିଙ୍କଲ୍‍ ଖନ୍ନାଙ୍କ ସହ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏତେଟା ସଫଳତା ହାସଲ କରି ପାରିନଥିଲେ ମଧ୍ୟ ଏହାର ଗୀତ ଗୁଡ଼ିକ ଖୁବ୍‍ ଲୋକପ୍ରିୟତା ହାସଲ କରିଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories