ଟ୍ରେନ ଧକ୍କାରେ ଯୁବକ ମୃତ

ଅମର୍ଦ୍ଦାରୋଡ଼ : ଦକ୍ଷିଣ ପୂର୍ବ ରେଳପଥର ବସ୍ତା ରେଳ ଷ୍ଟେସନ ଅନତି ଦୂରରେ ରେଳ ଧାରଣା ପାରି ହେଉଥିବା ବେଳେ ଅପ ଲାଇନରେ କଟି ଜନୈକ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପୁରୁଷୋତ୍ତମପୁର ପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର ଶିବପ୍ରସାଦ ଜେନା(୫୨)।

ପ୍ରକାଶ ଯେ ଶିବପ୍ରସାଦ ଆଜି ସନ୍ଧ୍ୟାରେ ବସ୍ତା ଥାନା ମହାଦେବ ସରାଇ ଗ୍ରାମକୁ ଏକା ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ। ସାଙ୍ଗରେ ଝିଅ ସହ ବସ୍ତା ବଜାରକୁ ଜିନିଷ କିଣାକିଣି କରିବାକୁ ଆସି ପୁଣି ବନ୍ଧୁ ଘରକୁ ଫେରୁଥିବା ସମୟରେ ରେଳ ଧାରଣା ପାରି ହେବା ବେଳେ ୧୫୯୩୦-ତମ୍ବରମ୍ ଏକ୍ସପ୍ରେସ୍ ଟ୍ରେନ ତାଙ୍କୁ ଧକ୍କା ଦେଇ ଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଟ୍ରେନର ପାଇଲଟ ଘଟଣା ସମ୍ପର୍କରେ ଷ୍ଟେସନରେ ବିଟିଏସ ଡି/ଇ ୧୨୦୭ ମୂଳେ ରିପୋର୍ଟ କରିବା ପରେ ଖବର ପାଇ ବାଲେଶ୍ବର ଜିଆରପି ପୁଲିସ ଓ ରୁପସା ରେଳ ସୁରକ୍ଷା ବଳର କର୍ମଚାରୀ ମାନେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

Comments are closed.