ହାତୀ ମାରି ଦାନ୍ତ ନେଇଗଲେ

ବଲାଙ୍ଗିର: ବଲାଙ୍ଗିର ବନଖଣ୍ଡ ବଲାଙ୍ଗିର ବନାଞ୍ଚଳର ଅସୁରଡୁଙ୍ଗୁରି ଗାଁ ନିକଟ ମଠଖାଇ ସଂରକ୍ଷିତ ଜଙ୍ଗଲରୁ ମଙ୍ଗଳବାର ସକାଳେ ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ହାତୀର ଗୋଟିଏ ଦାନ୍ତ କାଟି ନିଆଯାଇଥିବା ଦେଖିବାକୁ ମିଳିଛି। ତେଣୁ ହାତୀକୁ କେହି ମାରି ଦାନ୍ତ କାଟି ନେଇଥିବା ସନ୍ଦେହ କରାଯାଉଛି। ବଲାଙ୍ଗିର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ର ସାହୁ, ବଲାଙ୍ଗିର ବନାଞ୍ଚଳ ଅଧିକାରୀ ନବୀନ ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ହାତୀ ଶିକାର ଓ ଦାନ୍ତ ଚୋରି ସନ୍ଦେହରେ ପୁଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି। ସନ୍ଧାନୀ କୁକୁର ସହ ପୁଲିସ ଅଧିକ ତଦନ୍ତ ଚଳାଇଛି। ମୃତ ହାତୀର ବୟସ ପ୍ରାୟ ୧୫ ବର୍ଷ ହୋଇଥିବା ବନ ବିଭାଗ ଅନୁମାନ କରିଛି।

Comments are closed.