ଟ୍ରମ୍ପଙ୍କ ପ୍ରେସ୍ ଅଫିସର ରାଜ୍ ଶାହାଙ୍କ ଇସ୍ତଫା
ୱାଶଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗଣମାଧ୍ୟମ ଅଧିକାରୀ (ପ୍ରେସ୍ ଅଫିସର) ଭାବେ କାର୍ଯ୍ୟ କରୁଥିବା ଭାରତୀୟ ବଂଶୋଦ୍ଭବ ରାଜ୍ ଶାହା ପଦତ୍ୟାଗ କରିଛନ୍ତି। ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଶାହା ହ୍ବାଇଟ ହାଉସ୍ ପ୍ରେସ୍ ଅଫିସର ଭାବେ ଯୋଗ ଦେଇଥିଲେ। ସେ ଅନ୍ୟ ଏକ ସଂସ୍ଥାରେ ଚାକିରି କରିବା ଉଦ୍ଦେଶ୍ୟରେ ହ୍ବାଇଟ ହାଉସ୍ ଛାଡ଼ିଥିବା ଜଣାପଡ଼ିଛି। ହ୍ବାଇଟ ହାଉସ୍ର ଉପମୁଖପାତ୍ର ଥିବା ୩୪ବର୍ଷୀୟ ଶାହା ଗୁଜରାଟର ମୂଳ ବାସିନ୍ଦା। ପୂର୍ବରୁ ସେ ରିପବ୍ଲିକାନ୍ ନ୍ୟାସନାଲ କମିଟିେର ଗବେଷକ ଥିଲେ। ୨୦୧୭ ଜାନୁଆରୀରୁ ଟ୍ରମ୍ପଙ୍କ ସହ କାର୍ଯ୍ୟ କରୁଥିଲେ।