ସରକାରୀ ସ୍ତରରେ ପାଳିତ ହେବ ରାଜ୍ୟସ୍ତରୀୟ ସହିଦ ବାଜି ରାଉତ ଜୟନ୍ତୀ

ଡେସ୍କ: ଆଗାମୀ ଦିନରେ ରାଜ୍ୟସ୍ତରୀୟ ସହିଦ ବାଜି ରାଉତ ଜୟନ୍ତୀ ପାଳନ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଶନିବାର ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଓଡ଼ିଶା ଇତିହାସରେ ଦେଶପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ନିଜର ତ୍ୟାଗ, ବଳିଦାନ, ଦେଶପ୍ରେମ ପାଇଁ ଓଡ଼ିଶାକୁ ଗୌରବାନ୍ଵିତ କରିବାରେ ଶହୀଦ ବାଜି ରାଉତଙ୍କର ସ୍ଥାନ ସ୍ଵତନ୍ତ୍ର ଏବଂ ଅନନ୍ୟ। ଇଂରେଜ ବିରୁଦ୍ଧରେ ବୀରତ୍ଵର ସହ ଲଢି ୧୨ ବର୍ଷର ବାଳକ ଦେଶପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବା ପାଇଁ ପଛାଇନଥିଲେ। ବନ୍ଧୁକ ମୁନକୁ ନଡ଼ରି ମାଟି ମା’ର ସୁରକ୍ଷା ପାଇଁ ସେ ପ୍ରାଣବଳି ଦେଇଥିଲେ।

ମୁଖ୍ୟମନ୍ତ୍ରୀ କ୍ଷୀତିଲେ ଯେ ତାଙ୍କର ତ୍ୟାଗ, ବଳିଦାନ ଓ ସଂଘର୍ଷକୁ ସମ୍ମାନ ଜଣାଇବା ପାଇଁ ସରକାରୀ ଭାବେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହୋଇପାରିନାହିଁ। ତେଣୁ ଆଗାମୀ ଦିନରେ ସହିଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀକୁ ସରକାରୀ ସ୍ତରରେ ରାଜ୍ୟସ୍ତରୀୟ ସମାରୋହ ଭାବେ ପାଳନ କରାଯିବ।

Comments are closed.