www.samajalive.in
Monday, December 8, 2025
27.1 C
Bhubaneswar

ଭୁଲରେ ବି କରନ୍ତୁ ନାହିଁ ଏସବୁ କାମ, ଖରାପ ଆତ୍ମା ଘରେ କରି ପାରେ ପ୍ରବେଶ

ସାଧାରଣତଃ ଅଜଣାତରେ ଆମେ ଏପରି କିଛି ଭୁଲ୍‍ କରିଥାଆନ୍ତି, ଯାହାର ପରିଣାମ ବହୁତ ଭୟଙ୍କର ହୋଇଥାଏ। ଆମେ କରୁଥିବା ସେହିପରି କିଛି ଭୁଲ୍‍ ପାଇଁ ଆମ ଘରକୁ କୁଶକ୍ତି ବା ଖରାପ ଆତ୍ମା ପ୍ରବେଶ କରିଥାଆନ୍ତି। ଗରୁଡ଼ ପୁରାଣ ଅନୁସାରେ, ଏପରି କିଛି ଜିନିଷ ଅଛି ଯାହା ଦ୍ୱାରା ଆକର୍ଷିତ ହୋଇ ଆତ୍ମାମାନେ ଆମ ଆଖ ପାଖକୁ ଆସିବାକୁ ଚେଷ୍ଟା କରିଥାଆନ୍ତି। ଏହି ଆତ୍ମାମାନଙ୍କ ମଧ୍ୟରେ କିଛି ଭଲ ଆତ୍ମା ଥିବା ବେଳେ କିଛି ଖରାପ ଆତ୍ମା ଥାଆନ୍ତି। ତେବେ ଚାଲନ୍ତୁ ଜାଣିବା କେଉଁ ସବୁ କାର୍ଯ୍ୟ ବା ଜିନିଷ ଦ୍ୱାରା ଆତ୍ମାମାନେ ଅଧିକ ଆକର୍ଷିତ ହୋଇଥାଆନ୍ତି –

– ସନ୍ଧ୍ୟା ସମୟରେ ଏବଂ ସନ୍ଧ୍ୟା ପରେ ଝିଅମାନେ ନିଜ କେଶ ଖୋଲା ରଖିବା ଉଚିତ ନୁହେଁ। ବିଶେଷ କରି ଅମାବାସ୍ୟା ଓ ପୂର୍ଣ୍ଣିମା ସମୟରେ ଏପରି ଆଦୌ କରିବା ଉଚିତ ନୁହେଁ। ବିଶ୍ୱାସ ରହିଛି, ଏହାଦ୍ୱାରା ନକରାତ୍ମକ ଶକ୍ତିମାନେ ଆପଣଙ୍କ ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରିଥାଆନ୍ତି।
– ରାତିରେ ସୁଗନ୍ଧିତ ଅତର ବ୍ୟବହାର କରିବା ଉଚିତ ନୁହେଁ। ସୁଗନ୍ଧ ଦ୍ୱାରା ମଧ୍ୟ ଆତ୍ମା ଆକର୍ଷିତ ହୋଇଥାଆନ୍ତି।
– ମୃତ ବ୍ୟକ୍ତିମାନଙ୍କୁ ଯେତେବେଳେ ଆପଣ ବହୁତ ମନେ ପକାନ୍ତି, ସେତେବେଳେ ତାଙ୍କ ଆତ୍ମା ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇଥାଏ ଓ ଆପଣଙ୍କ ଆଖପାଖରେ ବୁଲିବାକୁ ଲାଗିଥାଏ।
– ଗର୍ଭବତୀ ମହିଳାଙ୍କ ପ୍ରତି ଆତ୍ମା ଶୀଘ୍ର ଆକର୍ଷିତ ହୋଇଥାଆନ୍ତି। ଏପରି ବିଶ୍ୱାସ ରହିଛି ଯେ, ଆତ୍ମା ନୂଆ ଶରୀର ପାଇବା ପାଇଁ ଗର୍ଭବତୀ ମହିଳାଙ୍କ ଆଖପାଖରେ ବୁଲିଥାଏ। ତେଣୁ ଗର୍ଭବତୀମାନେ ବିଶେଷ ସାବଧାନତା ଅବଲମ୍ବନ କରିବା ଉଚିତ।
– ଯେଉଁ ବ୍ୟକ୍ତି ନିୟମିତ ସ୍ନାନ ଓ ଧ୍ୟାନ କରନ୍ତି ନାହିଁ ସେମାନଙ୍କ ଶରୀର ଦୂଷିତ ହୋଇ ଯାଇଥାଏ। ଏହାଦ୍ୱାରା ନକରାତ୍ମକ ଶକ୍ତି ସେହି ବ୍ୟକ୍ତିଙ୍କ ଉପରେ ପ୍ରଭାବ ବିସ୍ତାର କରିବାରେ ସଫଳ ହୁଏ।
– ଯେଉଁ ଘରେ ନିୟମିତ ଦୀପ, ଧୂପ ଜଳାଇବା ସହ ପୂଜା ପାଠ କରାଯାଏ ନାହିଁ ସେଠାରେ ନକରାତ୍ମକ ଶକ୍ତି ଘର କରିଥାଏ। ତେଣୁ ଘରର ସମସ୍ତ ବଖରାରେ ନିୟମିତ ଧୂପ, ଦୀପ ଜଳାଇବା ସହ ଝୁଣା ଆଦି ଦେବା ଆବଶ୍ୟକ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories