www.samajalive.in
Monday, December 8, 2025
13.1 C
Bhubaneswar

ଜାପାନ ବିମାନବନ୍ଦରରେ ୨ୟ ବିଶ୍ଵଯୁଦ୍ଧର ବୋମା ବିସ୍ଫୋରଣ, ଅନେକ ବିମାନ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ-ପଶ୍ଚିମ ଜାପାନର ମିୟାଜାକି ବିମାନବନ୍ଦରରେ ବୁଧବାର ହୋଇଥିବା ବିସ୍ଫୋରଣରେ ଟ୍ୟାକ୍ସିୱେର ଏକ ଅଂଶ କ୍ଷତିଗ୍ରସ୍ତ ହୋଇଛି, ଫଳରେ ରନୱେକୁ ବନ୍ଦ କରିଦିଆଯାଇଛି।

ସୂଚନା ମୁତାବକ, ସ୍ଥାନୀୟ ସମୟ ଅନୁସାରେ ବୁଧବାର ସକାଳ ପ୍ରାୟ ୮ଟାରେ ଟ୍ୟାକ୍ସିୱେରେ ଏକ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ଏୟାର ଟ୍ରାଫିକ ନିୟନ୍ତ୍ରକମାନେ ଘଟଣାସ୍ଥଳରୁ ଧୂଆଁ ଉଠୁଥିବା ଦେଖିବାକୁ ପାଇଥିଲେ। ଭିଡିଓ ଫୁଟେଜରେ ବିସ୍ଫୋରଣ ଯୋଗୁ ପକ୍କା ଖଣ୍ଡ ଏବଂ ଅଞ୍ଚଳ ଧୂଳିମୟ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହି ବିସ୍ଫୋରଣରେ ପ୍ରାୟ ୭ ମିଟର ଲମ୍ବ, ୪ ମିଟର ଚଉଡ଼ା ଏବଂ ୧ ମିଟର ଗଭୀରର ଏକ ଗର୍ତ୍ତ ସୃଷ୍ଟି ହୋଇଛି। ତେବେ ଘଟଣାରେ କ୍ଷୟକ୍ଷତି ନେଇ କୌଣସି ଖବର ନାହିଁ। ବିମାନସେବା କମ୍ପାନୀଗୁଡ଼ିକ କହିଛନ୍ତି ଯେ, ସେମାନେ ବୁଧବାର ପାଇଁ ମୋଟ ୬୬ ବିମାନ ବାତିଲ କରିଛନ୍ତି।

- Advertisement -

ଜାପାନର ମୁଖ୍ୟ କ୍ୟାବିନେଟ ସଚିବ ହୟାଶୀ ୟୋଶିମାସା ଗଣମାଧ୍ୟମକୁ କହିଛନ୍ତି ଯେ, ଆମେରିକାର ନିର୍ମିତ ବୋମା ଦ୍ଵାରା ଏହି ବିସ୍ଫୋରଣ ଘଟିଛି। ସେ ଆଶ୍ୱାସନା ଦେଇଛନ୍ତି ଯେ, ଆଉ କିଛି ବିସ୍ଫୋରଣ ବିପଦ ନାହିଁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ସେନା ଦ୍ଵାରା ପକାଯାଇଥିବା ବିସ୍ଫୋରଣ ହୋଇନଥିବା ବୋମା ପ୍ରାୟ ସମୟରେ ବିମାନବନ୍ଦରରୁ ମିଳିଛି। ଅପରପକ୍ଷେ, ବିମାନବନ୍ଦର କର୍ତ୍ତୃପକ୍ଷ ଗର୍ତ୍ତ ପୂରଣ ତଥା ମରାମତି କାର୍ଯ୍ୟ ସହ ଗୁରୁବାର ବିମାନ ସେବା ସ୍ଵାଭାବିକ କରିବାକୁ ଯୋଜନା କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories