www.samajalive.in
Tuesday, December 9, 2025
23.1 C
Bhubaneswar

ଆଖଣ୍ଡଳମଣି ପୀଠର ଉନ୍ନୟନ କାର୍ଯ୍ୟ ଗତି ମନ୍ଥର, ଜିଲାପାଳଙ୍କ ନିର୍ଦେଶ ସତ୍ବେ ସରୁନି କାମ

ଆରଡ଼ି: ମନ୍ଥର ଗତିରେ ଚାଲିଛି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଓ ପୀଠର ଉନ୍ନତିକରଣ କାର୍ଯ୍ୟ। ଗତ ସେପ୍ଟେମ୍ବର ୯ରେ ଭଦ୍ରକ ଜିଲାପାଳ ତଥା ଉନ୍ନୟନ କମିଟିର ସଭାପତି ଦିଲିପ କୁମାର ରାଉତରାୟଙ୍କ ସହ ଉପଜିଲାପାଳ, ଡେପୁଟିକଲେକ୍ଟର ଓ ବିଭାଗୀୟ ଅଧିକାରୀ ସମସ୍ତ କାର୍ଯ୍ୟ ବୁଲି ଦେଖିବା ସହ ଶୀଘ୍ର ଅର୍ଥାତ ସେପ୍ଟେମ୍ବର ଶେଷ ସୁଦ୍ଧା କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦେଶ ଦେଇଥିଲେ। ହେଲେ ଜିଲାପାଳଙ୍କୁ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଦେଇଥିବା ସମୟର ଅବଧି ଶେଷ ହୋଇଥିଲେ ମଧ୍ୟ ଶିବଗଙ୍ଗା ପୁଷ୍କରିଣୀ କାର୍ଯ୍ୟ ସରିପାରିନାହିଁ। ସେହିପରି ଶିବପ୍ଲାଜା କାର୍ଯ୍ୟ ମଧ୍ୟ ଅଧପନ୍ତରିଆ ହୋଇ ପଡ଼ିରହିଛି। ଏଥିସହ ଗାଡ଼ିପାର୍କିଂ ତରବରିଆ ଭାବେ ଖୋଲାଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟ ସରି ନ ଥିବାରୁ ଭକ୍ତ ଆଣୁଥିବା ଗାଡ଼ି ରଖିବା ପାଇଁ ନାନା ସମସ୍ୟା ଭୋଗ କରୁଛନ୍ତି।

ସୂଚନା ଅନୁଯାୟୀ, ୨୦୨୨/୨୩ ମସିହାରେ ପୂର୍ବ ସରକାର ୨ ପର୍ଯ୍ୟାୟ ଯୋଗାଇ ଦେଇଥିଲେ ୪୮କୋଟି ଟଙ୍କା। ପ୍ରଥମ ପର୍ଯ୍ୟାୟରେ ୬କୋଟି ଟଙ୍କାରେ ମନ୍ଦିର ବେଢା, ମୁକ୍ତିମଣ୍ଡପ, ଶ୍ରାବଣୀମଣ୍ଡପ, ସିଂହଦ୍ବାର ଓ ୪ ଗୁମୁଟ ଦ୍ବାରର କାମ ସରିବା ପରେ ମନ୍ଦିର ବେଢା ଚତୁଃପାର୍ଶ୍ବରେ ୩୦ମିଟର ପରିଧି ବିଶିଷ୍ଟ ପରିକ୍ରମା ମାର୍ଗ, ଶିବପ୍ଲାଜା, ଶିବଗଙ୍ଗା ପୁଷ୍କରିଣୀର ଉନ୍ନତିକରଣ, ଗାଡିପାର୍କିଂ ଆଦି କିର୍ଯ୍ୟ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ବର୍ଷେ ବିତିଯାଇଥିଲେ ମଧ୍ୟ ଶିବଗଙ୍ଗା ପୁଷ୍କରିଣୀ ଶୁଖି ଯାଇଥିବାରୁ ଦୀର୍ଘ ଏକବର୍ଷ ହେବ ମଣିବାବାଙ୍କ ସମସ୍ତ ନୀତିକାନ୍ତି ଓ ଜଳାଭିଷେକ ନଳକୂପ ପାଣିରେ ହେଉଛି। ଏପରିକି ଉନ୍ନତିକରଣ ନାଁରେ ଶିବଗଙ୍ଗା ପୁଷ୍କରିଣୀ ଭିତରେ ଓ ହୁଡାରେ ବାଲିମାଟି ଗଦା ହୋଇଥିବାରୁ ଶିବଗଙ୍ଗା ପୁଷ୍କରିଣୀ ଜଳ ପ୍ରଦୂଷିତ ହୋଇପଡ଼ିବା ସହ ଦୁର୍ଗନ୍ଧ ସୃଷ୍ଟି ହେଉଛି। ଯାହାକୁ ନେଇ ମନ୍ଦିର ସେବାୟତ ଓ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories