www.samajalive.in
Monday, December 8, 2025
14.1 C
Bhubaneswar

ଦିଲ୍ଲୀରୁ ୫୬୦୦ କୋଟିର କୋକେନ ଜବତ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ୫୬୦ କିଲୋଗ୍ରାମ ଓଜନର କୋକେନ ଜବତ କରିଛି। ଯାହାର ମୂଲ୍ୟ ୫୬୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଦିଲ୍ଲୀ ଏବଂ ମୁମ୍ବାଇରେ ଗ୍ରାଣ୍ଡ କନସର୍ଟ ଆୟୋଜନ ହେବାର କିଛିଦିନ ପୂର୍ବରୁ ଏତେ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଥିବାରୁ ଏହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ ତୁଷାର ଗୋୟଲ ନାମକ ନିଶା ମାଫିଆ ସମେତ ୪ ଜଣଙ୍କୁ ଗିରଫ କରିଛି। ଘଟଣା ପଛରେ ଅନ୍ତର୍ଜାତୀୟ ନିଶା ମାଫିଆଙ୍କ ସମ୍ପୃକ୍ତି ରହିଥିବା ସୂଚନା ମିଳିଛି। ଭରତ ନାମକ ବ୍ୟକ୍ତି ୧୫ କିଲୋଗ୍ରାମ କୋକେନ ମୁମ୍ବାଇ ଚାଲାଣ କରି ନେଉଥିବାବେଳେ ପୁଲିସ ତାଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ଏହି ନିଶା କାରବାର ରାକେଟ୍‌ର ମୁଖ୍ୟ ଅଭିଯୁକ୍ତ ତୁଷାର ଗୋୟଲକୁ ପୁଲିସ ବସନ୍ତ କୁଞ୍ଜରୁ ଗିରଫ କରିଛି। ତୁଷାରଙ୍କ ପରିବାର ପାହାଡ଼ଗଞ୍ଜରେ ପ୍ରକାଶନୀ ବ୍ୟବସାୟ କରୁଛନ୍ତି। ତୁଷାରଙ୍କ ବ୍ୟତୀତ ଅନ୍ୟ ୩ ଅଭିଯୁକ୍ତ ହେଲେ ଭରତ, ହିମାଂଶୁ ଏବଂ ଔରଙ୍ଗଜେବ। ସେମାନଙ୍କୁ ମହିପାଲପୁରରୁ ଗିରଫ କରାଯାଇଛି। ତଦନ୍ତରୁ ଜଣାଯାଇଛି ଯେ, ଗିରଫ ହୋଇଥିବା ନିଶା ମାଫିଆଙ୍କ ସମ୍ପର୍କ ମଧ୍ୟପ୍ରାଚ୍ୟର ନିଶା ମାଫିଆଙ୍କ ସହିତ ରହିଛି। ଭାରତ ସହିତ ଅନ୍ୟାନ୍ୟ ଦେଶକୁ ଏହି ମାଫିଆ ଗ୍ୟାଙ୍ଗ ନିଶାଦ୍ରବ୍ୟ ଚାଲାଣ କରୁଥିବା ଜଣାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories