www.samajalive.in
Wednesday, December 10, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମ 

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବିଜୁ ପଟ୍ଟନାୟକ ଅଡ଼ିଟୋରିୟମ ହଲ ଠାରେ ନବାଗତ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରବକ୍ତା ପଣ୍ଡିତ ବିରେନ କୁମାର ପଣ୍ଡା ଯୋଗ ଦେଇ ଯୁବ ସମାଜ ଓ ଅଧ୍ୟାତ୍ମିକତା ଶୀର୍ଷକ ଉପରେ ଛାତ୍ରଛାତ୍ରୀ ମାନେ କିପରି ନିଜର ତଥା ଦେଶର ସେବା କରିବେ ତାହାରି ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ବକ୍ତା ଭାବେ ସଂଗ୍ରାମଜିତ ଦାଶ ଯୋଗ ଦେଇ ମାନବର ଅଭିଜ୍ଞତା ଏବଂ କଲ୍ୟାଣର ଆଧ୍ୟାତ୍ମିକତା ଉପରେ ଆଲୋକପାତ କରିଥିଲେ। ଡ଼ ସଦାନନ୍ଦ ନାୟକ ସଭା ପରିଚାଳନା କରିଥିବା ବେଳେ ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ପ୍ରଫେସର ଗଣେଶ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସି ଏସ ଆର ଫୋରମର ସଂଯୋଜକ ସୁକାନ୍ତ କୁମାର ପଟ୍ଟନାୟକ, ଡ଼. ଜୟନ୍ତ କୁମାର ପଣ୍ଡା, ଡ଼. ରଘୁନାଥ ପାତ୍ରଙ୍କ ସମେତ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories