www.samajalive.in
Monday, December 8, 2025
27.1 C
Bhubaneswar

ଏହି ଉପାୟରେ ନିଅନ୍ତୁ କେଶର ଯତ୍ନ

ଉତ୍ତମ କେଶ ପାଇଁ ଏହାର ସଠିକ ଭାବେ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ସୁସ୍ଥ କେଶ ପାଇଁ ତେଲ ମାଲିସ କରିବା, ପୃଷ୍ଟିଯୁକ୍ତ ଆହାର ଖାଇବା, ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା, ଉପଯୁକ୍ତ ସାମ୍ପୋର ବ୍ୟବହାର କରିବା ଆବଶ୍ୟକ ଅଟେ। ମାତ୍ର ବହୁ ଲୋକେ କେଶର ସଠିକ ଭାବେ ଯତ୍ନ ନେଇପାରି ନଥାଆନ୍ତି। ଫଳରେ କେଶ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ କେଶର କିପରି ସଠିକ ଯତ୍ନ ନେବେ ….
ଆଣ୍ଟି ଡ଼ାନଡ଼୍ରଫ ସାମ୍ପୋ –
ବହୁ ଲୋକେ ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ଆଣ୍ଟି ଡ଼ାନଡ଼୍ରଫ ସାମ୍ପୋର ବ୍ୟବହାର କରିଥାଆନ୍ତି। ମାତ୍ର ଏହା କେଶ ପାଇଁ କ୍ଷତିକାରକ ଅଟେ। ଏହା କେଶକୁ ଦୁର୍ବଳ କରିଥାଏ। ତେଣୁ କେତେକ ଘରୋଇ ଉପାୟ ଅବଲମ୍ବନ କରିବା ସହ ଏହି ସାମ୍ପୋକୁ ସପ୍ତାହକୁ ଥରେ ବ୍ୟବହାର କରନ୍ତୁ।
କେଶ ରଙ୍ଗ କରିବା ସମୟରେ ଧ୍ୟାନ ରଖନ୍ତୁ-
ଯଦି ଆପଣ କେଶ ରଙ୍ଗ କରୁଛନ୍ତି ତେବେ କିଛି କଥା ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ଅଟେ। କେଶ ରଙ୍ଗ କରିବା ପୂର୍ବରୁ ସାମ୍ପୋ କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ନଚେତ କେଶ ଅଧିକ ପରିମାଣରେ ଉପୁଡ଼ି ଥାଏ।
ଓଦା କେଶକୁ ବାନ୍ଧନ୍ତୁ ନାହିଁ –
କେଶ ଧୋଇବା ପରେ ଓଦା ଥିଲେ ଏହାକୁ ବାନ୍ଧନ୍ତୁ ନାହିଁ। କେଶ ଓଦା ଥିବା ସମୟରେ ଏହାର ମୂଳ ଦୁର୍ବଳ ଥାଏ। ସେହି ସମୟରେ କେଶ ବାନ୍ଧିବା ଦ୍ବାରା ଅଧିକ ଉପୁଡ଼ିଥାଏ। ତେଣୁ ଭଲ ଭାବେ ଶୁଖିବା ପରେ କେଶ ବାନ୍ଧିବା ଉଚିତ। କିଛି ସମୟ ଖରାରେ କେଶ ଶୁଖାଇଲେ ଏହା ଖୁବ ଲାଭଦାୟକ ହୋଇଥାଏ।
ଅଧିକ ପରିମାଣରେ କେମିକାଲ ଦ୍ରବ୍ୟର ବ୍ୟବହାର କରନ୍ତୁ ନାହିଁ। କାରଣ ଅଧିକ କେମିକାଲ ଯୁକ୍ତ ଦ୍ରବ୍ୟ କେଶକୁ ରୁଗ୍‌ଣ କରିବା ସହ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories