www.samajalive.in
Sunday, December 7, 2025
14.1 C
Bhubaneswar

ସୁପ୍ରିମକୋର୍ଟଙ୍କ ବଡ ରାୟ; ସର୍ବସାଧାରଣ ସ୍ଥାନରେ ଧାର୍ମିକ ଅନୁଷ୍ଠାନ ଥିଲେ ଉଚ୍ଛେଦ ହେବ

ସମାଜ ଡିଜିଟାଲ ଡେସ୍କ: ବୁଲଡୋଜର କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧୀୟ ଆବେଦନର ଶୁଣାଣି କରି ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଭାରତ ଏକ ଧର୍ମନିରପେକ୍ଷ ଦେଶ। ଧର୍ମ କିମ୍ବା ସମ୍ପ୍ରଦାୟ ନିର୍ବିଶେଷରେ ଆମେ ନିର୍ଦ୍ଦେଶନାମା ଜାରି କରୁଛୁ। ଏଠାରେ ଲୋକଙ୍କ ସୁରକ୍ଷା ସର୍ବୋପରି। ସର୍ବସାଧାରଣ ସ୍ଥାନ, ରାସ୍ତା, ରେଳ ଟ୍ରାକ୍‌‌ ଭଳି ସ୍ଥାନରେ ମନ୍ଦିର, ମସଜିଦ, ଦରଘା, ଚର୍ଚ୍ଚ କିମ୍ବା କୌଣସି ଧାର୍ମିକ ପୀଠ ଥିଲେ ଏସବୁ ଉଚ୍ଛେଦ ହେବା ଆବଶ୍ୟକ। ସର୍ବସାଧାରଣ ଗଡ଼ି ଉଠିଥିବା ଧାର୍ମିକ ପୀଠ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଧାର୍ମିକ ପୀଠ ଜନସାଧାରଣଙ୍‌‌କ କାର୍ଯ୍ୟରେ ବାଧା ଦେଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ ଯେ ବିଭିନ୍ନ କାରଣରୁ ଉତ୍ତରପ୍ରଦେଶ ତଥା ଅନ୍ୟାନ୍ୟ ରାଜ୍ୟରେ ବୁଲଡୋଜର ଆକ୍ସନ ନିଆଯାଇଛି। ଏହା ବିରୋଧରେ ଜମିୟତ ଉଲେମା-ଇ-ହିନ୍ଦ ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ସେପ୍ଟେମ୍‌‌ବର ୧୭ରେ ଶୁଣାଣି ହୋଇଥିବା ବେଳେ ଅକ୍ଟୋବର ୧ରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବୁଲଡୋଜର ଆକ୍ସନ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ। ଆଜି ଜଷ୍ଟିସ୍‌‌ ବି.ଆର ଗବାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories