www.samajalive.in
Saturday, December 6, 2025
26.1 C
Bhubaneswar

ଇସ୍ରାଏଲକୁ ଲେବାନନର ଅସ୍ତ୍ରବିରତି ପ୍ରସ୍ତାବ; ଜଣେ ହେଜବୋଲ୍ଲା ପାଇଁ ମରୁଛନ୍ତି ୧୫୦ ନାଗରିକ

ବେରୁଟ: ହେଜବୋଲ୍ଲା ବିରୋଧରେ ଇସ୍ରାଏଲ ଚଳାଇଥିବା ଯୁଦ୍ଧ ବନ୍ଦ ପୂର୍ବକ ଅସ୍ତ୍ରବିରତି ଘୋଷଣା କରିବା ଲାଗି ଲେବାନନ୍‌ ପ୍ରସ୍ତାବ ଦେଇଛି। ସୋମବାର ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜିନ୍ ନୋଏଲ ବାରଟ୍‌ ବେରୁଟ୍‌ ଗସ୍ତ କରିଥିବାବେଳେ ଲେବାନନ୍‌ ପକ୍ଷରୁ ଏପରି ପ୍ରସ୍ତାବ ଦିଆଯାଇଛି। ଲେବାନନ୍‌ ପ୍ରଧାନମନ୍ତ୍ରୀ ନିଜାବ ମିକାଟି ଦେଇଥିବା ଏପରି ପ୍ରସ୍ତାବ ସତ୍ତ୍ବେ ଇସ୍ରାଏଲ ଏହାର ଆକ୍ରମଣ ଜାରି ରଖିଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍‌ ଗାଲାଣ୍ଟ କହିଛନ୍ତି ଯେ ପରବର୍ତ୍ତୀ ପର୍ଯ୍ୟାୟ ଯୁଦ୍ଧ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ହେଜବୋଲ୍ଲା ମୁଖ୍ୟକୁ ନିପାତ କରିବାର ଅର୍ଥ ନୁହେଁ ଯେ ଯୁଦ୍ଧ ଶେଷ ହେଲା। ଆମେ ଖୁବ୍‌ଶୀଘ୍ର ଲେବାନନ ଉପରେ ସ୍ଥଳପଥରେ ଆକ୍ରମଣ କରିବୁ। ହେଜବୋଲ୍ଲା ମୁଖ୍ୟ ସୟଦ ହାସନ ନସରଲ୍ଲାର ମୃତ୍ୟୁ ପରେ ସଂଗଠନ ଏହାର ନୂଆ ନେତାଙ୍କ ନାମ ଘୋଷଣା କରିଛି। ଘୋଷଣା ଅନୁଯାୟୀ ହାସିମ୍ ସଫେଦ୍ଦିନକୁ ହେଜବୋଲ୍ଲାର ନୂଆ ମୁଖ୍ୟ ଭା​‌େ​‌ବ ନିଯୁକ୍ତି ଦିଆଯାଇଛି।

ହେଜବୋଲ୍ଲାକୁ ସମୂଳେ ନିପାତ କରିବା ଲାଗି ଇସ୍ରାଏଲ ବଦ୍ଧପରିକର ହୋଇଛି। ଏଥିପାଇଁ ଇସ୍ରାଏଲ ଏହାର ଆକ୍ରମଣକୁ ବ୍ୟାପକ କରିବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ଇସ୍ରାଏଲର ଆକ୍ରମଣରେ ହେଜବୋଲ୍ଲାର ଅନେକ ବରିଷ୍ଠ କମାଣ୍ଡର ଓ ସଦସ୍ୟ ପ୍ରାଣ ହରାଇଲେଣି। ଲେବାନନର ଘନ ଜନବସତିରେ ହେଜବୋଲ୍ଲା ଏହାର ଆଡ୍ଡାସ୍ଥଳ କରିଥିବାରୁ ଏହାକୁ ନିଶାଣ କରି ଇସ୍ରାଏଲ ଆକ୍ରମଣ କରୁଛି। ତେବେ ଇସ୍ରାଏଲର ଏହି ଆକ୍ରମଣରେ ଅନେକ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଉଛନ୍ତି। ରିପୋର୍ଟ ଅନୁଯାୟୀ ଜଣେ ହେଜବୋଲ୍ଲା ସଦସ୍ୟର ମୃତ୍ୟୁ ପାଇଁ ୧୦୦ରୁ ୧୫୦ଜଣ ସାଧାରଣ ନାଗରିକ ପ୍ରାଣ ହରାଉଛନ୍ତି। ଏହା ସହିତ ଏଥିରେ ପାଖାପାଖି ୩୦୦ ଆହତ ହେଉଛନ୍ତି। କାରଣ ଇସ୍ରାଏଲ ଯେଉଁ ଆକ୍ରମଣ କରୁଛି ସେଥିରେ ହେଜବୋଲ୍ଲାର ଆଡ୍ଡାସ୍ଥଳ ସହିତ ଆଖପାଖ ଅଞ୍ଚଳର କୋଠାବାଡି ମଧ୍ୟ ଧ୍ବଂସ ପାଉଛି। ଇସ୍ରାଏଲର ଆକ୍ରମଣରେ ଆହତ ଲେବାନନର ସାଧାରଣ ନାଗରିକଙ୍କୁ ଚିକିତ୍ସା ପାଇଁ ବେରୁଟସ୍ଥିତ ସରକାରୀ ୟୁନିଭରସିଟି ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଆହତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏଠାରେ ଚିକିତ୍ସା କରିବା ଲାଗି ଡାକ୍ତରଙ୍କ ଅଭାବ ଦେଖାଯାଇଛି।

- Advertisement -

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories