www.samajalive.in
Wednesday, December 10, 2025
26.1 C
Bhubaneswar

ରାଜ୍ୟରେ ପରିବହନ କ୍ଷେତ୍ରର ବିକାଶ ପାଇଁ ନୂଆ ପଦକ୍ଷେପ ନିଆଯିବ

ଭୁବନେଶ୍ୱର : ରାଜ୍ୟର ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଅଧିକ ଅଭିନବ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି । ଗତକାଲି ମନ୍ତ୍ରୀ ଶ୍ରୀ ଜେନା ତାମିଲନାଡ଼ୁ  ରାଜଧାନୀ ଚେନ୍ନାଇଠାରେ ସେଠାକାର ପରିବହନ ବ୍ୟବସ୍ଥା ସଂପର୍କରେ ବିସ୍ତୃତ ଭାବରେ ଅବଗତ ହୋଇଥିଲେ ଏବଂ ପରିବହନ କର୍ମଚାରୀଙ୍କ ସହିତ ଏକ ବୈଠକରେ ମିଳିତ ହୋଇଥିଲେ । ଏହି ବୈଠକ ସମଗ୍ର ଦେଶରେ ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ବୁଝିବା ଦିଗରେ ବେଶ୍‌ ଫଳପ୍ରଦ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

ମନ୍ତ୍ରୀ ଶ୍ରୀ ଜେନା ଚେନ୍ନାଇ ମେଟ୍ରୋପଲିଟାନ୍‌ ପରିବହନ ନିଗମ ଓ ରାଜ୍ୟ ଏକ୍ସପ୍ରେସ୍‌ ପରିବହନ ନିଗମ ପରିଦର୍ଶନ କରିଥିଲେ । ମନ୍ତ୍ରୀଙ୍କ ସହିତ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୀପ୍ତେଶ କୁମାର  ପଟ୍ଟନାୟକ ଉପସ୍ଥିତ ଥିଲେ । ମନ୍ତ୍ରୀ ଶ୍ରୀ ଜେନା ବିଭିନ୍ନ ପରିବହନ କାର୍ଯ୍ୟକ୍ଷମ ମଡେଲ୍‌, ନୂତନ ପଦକ୍ଷେପ, ଅନ୍ୟାନ୍ୟ ଆହ୍ୱାନ ଏବଂ ଉଭୟ ରାଜ୍ୟରେ ପାରସ୍ପରିକ ପରିବହନ ବିକାଶ ଦିଗରେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଥିଲେ । ମନ୍ତ୍ରୀ ଚେନ୍ନାଇ  ମେଟ୍ରୋପଲିଟାନ୍‌ ପରିବହନ ନିଗମର କେନ୍ଦ୍ରୀୟ କର୍ମଶାଳା ପରିଦର୍ଶନ କରିବା ସହିତ ଗୋଟିଏ ସିଟି ବସ୍‌ରେ ମଧ୍ୟ ଯାତ୍ରା କରିଥିଲେ । ସେ ଯାତ୍ରୀମାନଙ୍କ ସହିତ କଥା ହୋଇଥିଲେ ଓ ଉପଲବ୍ଧ ସୁବିଧାଗୁଡ଼ିକ ଉପରେ ମତାମତ ଗ୍ରହଣ କରିଥିଲେ । ମହାନଗର ପରିବହନ ନିଗମର ପରିଚାଳନା ନିର୍ଦ୍ଦେଶକ ଡ. ଆଲ୍‌ବି ଜନ୍‌ ଭର୍ଗିଜ୍‌ ଓ ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସି.  ନଟରାଜନ୍‌ ତଥା ଅନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories