www.samajalive.in
Sunday, December 7, 2025
14.1 C
Bhubaneswar

ଖେରୀରେ ବାଘ ଆକ୍ରମଣରେ ଜଣେ ଗୁରୁତର, ଅଳ୍ପକେ ବଞ୍ଚିଗଲା ଜୀବନ

ଖେରୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ପୁଣି ଥରେ ଦେଖାଦେଇଛି ବାଘର ଆତଙ୍କ। ଦକ୍ଷିଣ ଖେରୀରେ ବନକ୍ଷେତ୍ରର ମହେଶପୁର ରେଞ୍ଜ ଅନ୍ତର୍ଗତ ଆଖୁ କ୍ଷେତ ନିକଟରେ ରବିବାର ବାଘ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ବ୍ୟକ୍ତିଙ୍କ ବୟସ ୪୦ ବର୍ଷ ହୋଇଥିବା ବେଳେ ସେ ନିକଟ ଭଦୈୟା ଗାଁର ନିବାସୀ ବୋଲି ଜଣାପଡିଛି। ବ୍ୟକ୍ତି ଜଣକ ନିଜ ଚାଷ ଜମିକୁ ଯାଇଥିଲେ। ସେହି ସମୟରେ ଆଖୁ କ୍ଷେତରେ ଲୁଚି ରହିଥିବା ବାଘ ତାଙ୍କୁ ଆକ୍ରମଣ କରିଥିଲା। ଏପର୍ଯ୍ୟନ୍ତ ବାଘ ଆକ୍ରମଣରେ ପ୍ରାୟ ୩ରୁ ଅଧିକ ଲୋକଙ୍କ ଜୀବନ ଚାଲି ଯାଇଛି। ଲକ୍ଷ୍ମୀପୁର ଜିଲାର ପ୍ରାୟ ୫୦ ଗାଁରେ ବାଘ ଆତଙ୍କ ଖେଳାଇ ରଖିଛି। ଜଙ୍ଗଲ ନିକଟ ଜମିରେ, ଆଖୁ ଜମିରେ ବାଘ ବିଭିନ୍ନ ଜନ୍ତୁଙ୍କୁ ସହଜରେ ଶିକାର କରି ଥାଆନ୍ତି । ମାତ୍ର କିଛି ଦିନ ହେବ ଆଖୁ କ୍ଷେତରେ ଲୁଚି ରହି ମଣିଷ ଶିକାର କରୁଛନ୍ତି। ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଥିବା ଲୋକଙ୍କୁ ବାଘ ଆଖୁକ୍ଷେତରେ ବସି କାମ କରୁଥିବା ସମୟରେ ହିଁ ଶିକାର କରିଥିବା ଜଣାପଡିଛି । ଛିଡା ହୋଇଥିବା ଅବସ୍ଥାରେ ଶିକାର କରି ନାହିଁ । ବାଘ ଆକ୍ରମଣରେ ଲୋକଙ୍କ ଜୀବନ ଯିବା ଏହା ଲକ୍ଷ୍ମୀପୁର ଖେରୀର ପ୍ରଥମ ଘଟଣା ନୁହେଁ ବରଂ ପୂର୍ବରୁ ମଧ୍ୟ ଏପରି ହୋଇଛି । ମାତ୍ର ବାଘ ଜନବସତି ମଧ୍ୟରେ ପଶି ଆକ୍ରମଣ କରୁଥିବାରୁ ଲୋକଙ୍କ ପାଇଁ ବଡ ବିପଦ ଆଣିଛି। ୧ ଅଗଷ୍ଟରେ ଖେରୀ ଥାନା ଅଞ୍ଚଳରେ ଏକ ୧୦ ବର୍ଷର ଶିଶୁ ଓ ୨ ଅଗଷ୍ଟରେ ୯ ବର୍ଷର ଶିଶୁର ବାଘ ଆକ୍ରମଣରେ ଜୀବନ ଚାଲି ଯାଇଛି। ଉଭୟ ଶିଶୁଙ୍କ ମୃତଦେହ ଆଖୁକ୍ଷେତରୁ ମିଳିଥିବା ସୂଚନା ମିଳିଛି ।

ମନ୍ଦିରରୁ ପୂଜାରୀଙ୍କୁ ନେଇଗଲା ବାଘ; ମଣିଷଖିଆ ବାଘ ୧୦ ଦିନରେ କଲାଣି ୬ ଶିକାର..

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories