www.samajalive.in
Thursday, December 11, 2025
13.1 C
Bhubaneswar

ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ୪୮ ତମ ବାର୍ଷିକ ସମାରୋହ ଉଦଯାପିତ

ପାଟଣା : କେନ୍ଦୁଝର ଜିଲା ପିପିଳିଆ ସ୍ଥିତ ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଦୁଇଦିନିଆ ୪୮ ତମ ବାର୍ଷିକ ସମାରୋହ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଛି। ସଙ୍ଗଠନର ସଭାପତି ନୃସିଂହ ନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହକୁ ସାଧାରଣ ସମ୍ପାଦକ ଡାକ୍ତର ଭାଗବତ ଲେଙ୍କା ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ବରେଣ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ରାମଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବେ ଜଣାଶୁଣା ଯୁବ କବି ଚିତ୍ତରଞ୍ଜନ ନାୟକ, ଗାଳ୍ପିକ ହଳଧର ପଣ୍ଡା, ଗବେଷକ ଅକ୍ଷୟ ନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ପିପିଳିଆ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୈତାରୀ ମହାନ୍ତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲାରୁ କବି ହାସ୍ୟମୟୀ ରାଜ, ଘନଶ୍ୟାମ ବୌତେଇ ଓ ବେଣୁଧର ସାହୁ ,ବାଲେଶ୍ଵର ଜିଲାରୁ ବ୍ରଜେନ୍ଦ୍ର ନାଥ ଗିରି, ଭରତ ଚନ୍ଦ୍ର ଦାଶ, ଉପେନ୍ଦ୍ର ବିଶ୍ୱାଳ, ଭଦ୍ରକ ଜିଲାର ବିକାଶ ଶତପଥୀ ଓ ରତିକାନ୍ତ ବେହେରାଙ୍କୁ ମୁଖ୍ୟ ଅତିଥି ଶ୍ରୀ ପାତ୍ର ଓ ବରଣ୍ୟ ଅତିଥି ଶ୍ରୀ ନାଏକ ମାନପତ୍ର ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଆଜି ଦ୍ଵିତୀୟ ଦିବସର ପୂର୍ବାହ୍ନରେ ଓଡ଼ିଆ ପତ୍ର ପତ୍ରିକାର ପାଠକ ସଙ୍କଟ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କବି ଭରତ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦୈନିକ ଅପରାହ୍ନର ସମ୍ପାଦକ ବଂଶୀଧର ଜେନା, ବରେଣ୍ୟ ଅତିଥି ଭାବେ କବି ଶିକ୍ଷାବିତ ପ୍ରଫୁଲ୍ଲ ଚନ୍ଦ୍ର ମହାଳିକ, ମୁଖ୍ୟ ବକ୍ତା ଭାବେ କବି ଚରମାନନ୍ଦ ଦାଶ ପ୍ରତାପ, ସମ୍ମାନୀତ ବକ୍ତା ଭାବେ କବି ଓ ସଂଗଠକ ଡମ୍ବରୁଧର ମହାନ୍ତ ଓ ନରହରି ମହାନ୍ତ ପ୍ରମୁଖ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ। କବି ଗତିକୃଷ୍ଣ ଦଳେଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କବିତା ପାଠୋତ୍ସବ ୬୦ ରୁ ଉର୍ଦ୍ଧ୍ବ କବି ସ୍ବରଚିତ କବିତା ପାଠ କରିଥିଲେ । ଅଭ୍ୟର୍ଥନା ସମିତିର ଅଧ୍ୟାପକ ହେମନ୍ତ କୁମାର ମିଶ୍ର, ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ ,+୨ ଅଧ୍ୟକ୍ଷ ନିରାକାର ସ୍ବାଇଁ, ମହାବିଦ୍ୟାଳୟ ପ୍ରତିଷ୍ଠାତା ସମ୍ପାଦକ ଜଗବନ୍ଧୁ ମହାନ୍ତ ପ୍ରମୁଖ ପରିଚାଳନାରେ କାର୍ଯକ୍ରମ ବେଶ ଆକର୍ଷଣୀୟ ଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories