www.samajalive.in
Wednesday, December 10, 2025
18.1 C
Bhubaneswar

ସ୍କୁଲ ଆସୁନାହାନ୍ତି ଶିକ୍ଷକ, ସଭାପତି ଚଳାଉଛନ୍ତି ସ୍କୁଲ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତ ଅଧୀନରେ ସୂବେରୀ ପାଙ୍ଗା ପ୍ରାଥମିକ ବିଦ୍ୟାଳୟ ଓ ବିଦ୍ୟାଳୟଟି ବହୁ ପୁରାତନ ହୋଇଥିବା ବେଳେ ବର୍ତମାନ ଏହି ବିଦ୍ୟାଳୟଟି ଅତି ଦୟନୀୟ ଅବସ୍ଥାରେ ଗତିକରୁଛି। ବିଦ୍ୟାଳୟର ପରିବେଶ ହିଁ ବୟାନ କରୁଛି ବିଦ୍ୟାଳୟର ସ୍ଥିତି କଣ। ବର୍ତମାନ ଏହି ବିଦ୍ୟାଳୟରେ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ଯାଏ ଥିବା ବେଳେ ବିଦ୍ୟାଳୟରେ ମାତ୍ର ଗୋଟିଏ ଶିକ୍ଷକଙ୍କୁ ହିଁ ନିଯୁକ୍ତି ଦିଆଯାଇଥିବା ବେଳେ ସମ୍ପୃକ୍ତ ଶିକ୍ଷକ ଜଣକ ବିଦ୍ୟାଳୟକୁ ଆସିବାରେ ବହୁ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ନିଯୁକ୍ତ ଶିକ୍ଷକ ଜଣକ ନିୟମିତ ବିଦ୍ୟାଳୟ ଆସୁନଥିବାରୁ ପାଠ ପଢିବାରେ ଛାତ୍ରଛାତ୍ରୀଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଅଧିକାଂଶ ସମୟ ବିଦ୍ୟାଳୟଟି ବନ୍ଦ ହୋଇଯାଉଛି। ଏମିତିକି ଶିକ୍ଷକ ଜଣକ ବିଦ୍ୟାଳୟକୁ ଆସୁନଥିବାରୁ ଛାତ୍ରଛାତ୍ରୀ ମାନେ ମାଧ୍ୟାନ୍ନ ଭୋଜନ ଖାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି।

ସେପଟେ ବିଦ୍ୟାଳୟକୁ ଶିକ୍ଷକ ଆସୁନଥିବାରୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରଞ୍ଚି ବେହେରା ବିଦ୍ୟାଳୟ ଚଳାଇବା ସହ ପାଠ ପଢାଉଛନ୍ତି। ଏଭଳି ଅଭାବନୀୟ ପରିସ୍ଥିତି ଦୀର୍ଘ ଦିନ ହେବ ରହିଥିବା ବେଳେ ସମ୍ପୃକ୍ତ ଶିକ୍ଷକ ଜଣକ ବିଦ୍ୟାଳୟକୁ ନିୟମିତ ଆସୁନାହାନ୍ତି ବୋଲି ପରିଚଲାନା କମିଟିର ସଭାପତି ଅଭିଯୋଗ କରିଛନ୍ତି। ସମସ୍ୟା ବିଷୟରେ ଫିରିଙ୍ଗିଆ ବ୍ଲକ ଦାୟିତ୍ୱରେ ଥିବା ଗୋଷ୍ଠି ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଡିଗାଲଙ୍କୁ ପଚାରିବାରୁ ସ୍କୁଲ ସମସ୍ୟାକୁ ଆଖିଆଗରେ ରଖି ରମେଶ ମଲ୍ଲିକ ନାମକ ଅନ୍ୟ ଜଣେ ଶିକ୍ଷକଙ୍କୁ ଏହି ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଥିବା କହିଥିବା ବେଳେ ସମ୍ପୃକ୍ତ ଶିକ୍ଷକ ଜଣକୁ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଚାରିରୁ ପାଞ୍ଚ ଦିନ ହେବ ବଦଳି ନିର୍ଦେଶ ମିଳିସାରିଥିବା ବେଳେ ବର୍ତମାନ ଯାଏ ସେ ଏହି ବିଦ୍ୟାଳୟରେ ଯୋଗ ଦେଇନଥିବା ଜଣାପଡ଼ିଛି। ଅନ୍ୟପଟେ ବିଦ୍ୟାଳୟରେ ଯୋଗ ଦେବା ବିଷୟରେ ଶିକ୍ଷକ ରମେଶ ମଲ୍ଲିକଙ୍କୁ ପଚାରିବାରୁ ଘରୋଇ ସମସ୍ୟା ପାଇଁ ଛୁଟିନେଇ ଘରେ ଥିବା କହିଥିବା ବେଳେ ପ୍ରକୃତ ସତକଥା ଜାଣିବା ପାଇଁ ଆମେ ଉକ୍ତ ବିଦ୍ୟାଳୟ ଦାୟିତ୍ୱରେ ଥିବା ସାଧନ କର୍ମୀ ଦିଲୀପ କୁମାର ବେହେରାଙ୍କୁ ପଚାରିଥିଲୁ। ଶିକ୍ଷକ ଜଣକ ଛୁଟିନେବା କଥା ସମ୍ପୂର୍ଣ ମିଛ ଓ ବଦଳି ହେବା ପରଠାରୁ ସେ ସମ୍ପୃକ୍ତ ଶିକ୍ଷକଙ୍କୁ ଦେଖି ନାହାନ୍ତି ବୋଲି କହିଛନ୍ତି।

Hot this week

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

Related Articles

Popular Categories